
ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ବିଶିଷ୍ଟ ଭାସ୍କର୍ୟ୍ୟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କର ଆଜି ଭୁବନେଶ୍ୱର ଏମ୍ସରେ କରୋନାରେ ପରଲୋକ ହୋଇଛି । ଆଜି ପ୍ରାୟ ୩.୫୦ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ରଘୁନାଥ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ।ତଙ୍କର ସ୍ୱସ୍ଥ୍ୟ ଅବସ୍ତାରେ ତଦାରଖ କରିଥିଲେ । ତେବେ ରଘୁନାଥ ଓଡିଶାରେ ଦ୍ୱିତ୍ୱୀୟ କୋଣାର୍କ ଗଢିବାର ସ୍ୱପ୍ନ ଦେଖିଥିଲେ ଯାହା ଆଜି ତାଙ୍କ ମୃତ୍ୟୁ ସହିତ ସ୍ୱପ୍ନରେ ରହିଯାଇଛି ।
ତେବେ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ବରିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।