ହିମନ୍ତ ବିଶ୍ବସର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ –

ହିମନ୍ତ ବିଶ୍ବସର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ –

ବିଜେପି ନେତା ହିମନ୍ତ ବିଶ୍ବସର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଶ୍ରୀମନ୍ତ ଶଙ୍କର ଦେବ କଳାକ୍ଷେତ୍ରରେ ନୂତନ କ୍ୟାବିନେଟ୍ ପାଇଁ ଶପଥ ଗ୍ରହଣ ହୋଇଛି ।

ରବିବାର ହିମନ୍ତ ବିଶ୍ବସର୍ମା ସର୍ବସମ୍ମତି କ୍ରମେ ବିଜେପି ବିଧାନସଭା ଦଳର ନେତା ତଥା ପରେ ଆସାମରେ ଏନଡିଏ ବିଧାନସଭା ପାର୍ଟିର ନେତା ଭାବରେ ମନୋନୀତ ହୋଇଥିଲେ। ତାଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଯୋଗ ଦେଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ରାଜ୍ୟ ବିଧାନସଭା ନିର୍ବାଚନରେ ଜିତିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ବିଭିନ୍ନ ପର୍ଯ୍ୟାୟରେ ବୈଠକ ହୋଇଥିଲା। ସପ୍ତାହେ ପୃଥକ ବୈଠକ ପରେ ହିମନ୍ତ ବିଶ୍ବ ସର୍ମା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସର୍ବ ବୃହତ ଦଳ ଭାବରେ ବିଜୟୀ ହୋଇଛି । ବିଧାନସଭା ନିର୍ବାଚନରେ ଶାସକ ଏନଡିଏ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି।

ଏହି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ହିମନ୍ତ ବିଶ୍ବସର୍ମାଙ୍କ ନାଁ ପ୍ରସ୍ତାବରେ ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ରଣଜିତ କୁମାର ଦାସ ଓ ନବନିର୍ବାଚିତ ନନ୍ଦିତା ଗାର୍ଲୋସା ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହି ସଭାରେ ହିମନ୍ତ ବିଶ୍ବ ସର୍ମା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହେବା ପରେ ଅନ୍ୟ କୌଣସି ନେତାଙ୍କ ନାଁ ପ୍ରସ୍ତାବରେ ଦିଆଯାଇନଥିଲା।

ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନରେ ଜିତିଥିବା ଶାସକ ଏନଡିଏ ମିଳିତ ଭାବେ ରାଜ୍ୟରେ ପ୍ରଥମ ଅଣ-କଂଗ୍ରେସ ସରକାର ଗଠନ କରିବ । ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ୬୦ଟି ସିଟ୍ ଜିତିଥିବାବେଳେ ଏହାର ମିଳିତ ସହଯୋଗୀ ଆସାମ ଗଣ ପରିଷଦ ନଅଟି ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି।

Leave a Reply

Your email address will not be published. Required fields are marked *