ଜୁନ ୨୩ ରେ କଂଗ୍ରେସ ସଭାପତି ଚୟନ ଲାଗି ନିର୍ବାଚନ ହେବ ,

ଜୁନ ୨୩ ରେ କଂଗ୍ରେସ ସଭାପତି ଚୟନ ଲାଗି ନିର୍ବାଚନ ହେବ ,

ଭାରତୀୟ ଜାତୀୟ କଂଗ୍ରେସ ଏହାର ପରବର୍ତ୍ତି ସଭାପତିଙ୍କୁ ବାଛିବା ଲାଗି ନିର୍ବାଚନ କରିବାକୁ ନିଷ୍ପତି ନେଇଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳର ବିପର୍ଯୟ ପରେ ଦଳର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ଥପା ଦେବା ପରେ ଦଳର ମୁଖ୍ୟ ପଦ ଖାଲି ପଡିଛି ।

ସୁତ୍ର ଅନୁଯାଇ କଂଗ୍ରେସର କାର୍ଯ୍ୟକାରୀ କମିଟି ଜୁନ ୨୩ ରେ ନିର୍ବାଚନ ମାଧ୍ୟମରେ ଦଳର ପରବର୍ତି ସଭାପତି ଚୟନ କରାଯିବା ବୋଲି ନିଷ୍ପତି ନେଇଛନ୍ତି । ଗତ ଦୁଇ ବର୍ଷ ଧରି ଦଳର ପ୍ରମୁଖ ନେତା ମାନେ ରାହୁଲଙ୍କୁ ତାଙ୍କର ପଦକୁ ପୁଣି ଥରେ ଅଧିକୃତ କରିବାକୁ ଚେଷ୍ଟା କରିବା ପରେ ଏବେ ଏହି ଖବର ଆସିଛି । 

୨୦୧୭ ରେ ରାହୁଲ ଦଳର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦଳର ସୋଚନୀୟ ପରାଜୟ ପରେ ସେ ଦଳର ସଭାପତି ପଦରୁ ଇସ୍ଥପା ଦେଥିଲେ । ସେବେଠୁ ଦଳର ସଭାପତି ପଦ ଖାଲି ପଡିଛି ଏବଂ ସୋନିଆ ଦଳର ଅନ୍ତରିଣ ମୁଖ୍ୟ ଭାବରେ କାଯ୍ୟ କରୁଛନ୍ତି । 

ଦଳର କାଯ୍ୟକାରି କମିଟି ଗତ ଦୁଇ ବର୍ଷ ଧରି ଦଳର ମୁଖ୍ୟ ଚୟନ ଲାଗି ନିର୍ବାଚନକୁ ଟାଳି ଆସୁଥିଲା ବେଳେ ଗତ ବର୍ଷ ଅକ୍ଟୋବରରେ ହୋଇଥିବା ବୈଠକରେ କମିଟି ସୋନିଆଙ୍କୁ ଆଗାମି ଛମାସ ପର୍ଯ୍ୟନ୍ତ ଅନ୍ତରିଣ ମୁଖ୍ୟ ଭବରେ କାର୍ଯ୍ୟ କରିବାକୁ କହିଥିଲା ବେଳେ ଚଳିତ ବର୍ଷ ଫେବୃଆରିରେ ହୋଇଥିବା ବୈଠକରେ ଆଗାମି ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତି ହୋଇଥିଲା ।

ତେବେ ଗତ କିଛି ମାସ ହେବ ଦଳର ମୁଖ୍ୟ ଦଳ ମଧ୍ୟରେ ଏକ ଅଦୃଶ୍ୟ ବିଦ୍ରୋହର ସମ୍ନା କରୁଥିବା ବେଳେ ଦଳରୁ ମୁଖ୍ୟ ଚୟନ କରିବା ଲାଗି ନିର୍ବାଚନ କରିବାକୁ ନେଇ ଚାପରେ ଥିଲା ବେଲେ । ତେବେ ଦଳର ଜଣାଶୁଣା ୨୩ ଜଣ ଶିର୍ଶ ନେତା ଏହି ବିଦ୍ରୋହ କରୁଥିବା ବେଳେ କଂଗ୍ରେସ ଦଳର ପୁନଃନିର୍ମାଣ ପାଇଁ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *