ଆଜି ଛତିଶା ନିଯୋଗ ବୈଠକରେ ଚୁଡ଼ାନ୍ତ ନିଷ୍ପତି ହେବ ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରାର ସିଧାପ୍ରସାରଣ,

ଆଜି ଛତିଶା ନିଯୋଗ ବୈଠକରେ ଚୁଡ଼ାନ୍ତ ନିଷ୍ପତି ହେବ ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରାର ସିଧାପ୍ରସାରଣ,

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା । ରୂପରେଖ ସ୍ଥିର କରିବାକୁ ଆଜି ବସୁଛି ଛତିଶା ନିଯୋଗ ବୈଠକ ।

ଛତିଶା ନିଯୋଗ ନିଷ୍ପତ୍ତି ଓ ପ୍ରଶାସନର ସହମତିରେ ରୂପରେଖ ନିର୍ଦ୍ଧାରଣ ହେବ । ଏହା ପୂର୍ବରୁ ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳା ଓ ଚନ୍ଦନ ପୋଖରୀ ବୁଲି ଅନୁଧ୍ୟାନ କରିଛନ୍ତି । କିପରି ସୀମିତ ସେବାୟତ କରୋନା କଟକଣାରେ ଚନ୍ଦନଯାତ୍ରା ନୀତିକାନ୍ତି କରିବେ, ତା’ର ସମୀକ୍ଷା କରିଛନ୍ତି ।ଚନ୍ଦନଯାତ୍ରାର ଅପୂର୍ବ ଦୃଶ୍ୟର ଲାଇଭ ଫିଡ୍ ଦେବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଚନ୍ଦନଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ୭୨ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ସେପଟେ ଅକ୍ଷୟତୃତୀୟାରୁ ଆରମ୍ଭ ହେବାକୁ ଥିବା ରଥ ନିର୍ମାଣ କାମର ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି ।

ରଥ ନିର୍ମାଣରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆସନ୍ତାକାଲିଠୁ ଆରଟି-ପିସିଆର ଟେଷ୍ଟ ହେବ । ପ୍ରତ୍ୟେକ ଦିନ ଥର୍ମାଲ ସ୍କ୍ରିନିଂ ହେବ ।

। ଆସନ୍ତା ୧୫ ତାରିଖରେ ମହାପ୍ରଭୁଙ୍କ ବାହାର ଚନ୍ଦନ ନୀତି ଏବଂ ରଥ ନିର୍ମାଣ ଅନୁକୂଳ ପର୍ବ ଆରମ୍ଭ ହେଉଛି । ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବି ଜୋରଦାର ହୋଇଛି

Leave a Reply

Your email address will not be published. Required fields are marked *