
ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅନ୍ତର୍ଗତ ସମିଆଁ ରାଜସ୍ବ ସର୍କଲ ଅଧୀନ ବାଉଁଶମୂଳି ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ କଲା ପ୍ରଶାସନ । ଗତକାଲି ସନ୍ଧ୍ୟାରେ ଚଢ଼ାଉ କରି ସେଠାରେ ପଥର କାଟୁଥିବା ଏକ ପାୱାର ଟିଲର ମେସିନ ଓ ପଥର ବୋଝେଇ କରୁଥିବା ଏକ ମିନି ଟ୍ରକକୁ ଜବତ କରାଯାଇଛି ।
ଚଢାଉ ସମୟରେ ତହସିଲଦାର ନିରଞ୍ଜନ ଗୁରୁ , ରାଜସ୍ବ ସୁପରଭାଇଜର, ଓ କିଛି ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ । ଏହି ମାଙ୍କଡା ପଥର ଚାଲାଣ ଖବର ପାଇ ତହସିଲଦାରଙ୍କ ନେତୃତ୍ବରେ ସେହି ବେଆଇନ ମାଙ୍କଡ଼ା ପଥର ଖାଦାନ ଉପରେ ଚଢାଉ ହୋଇଥିଲା ।
ଘରୋଇ ଜମିରେ ପୋଖରୀ ଖୋଳିବା ନାଁରେ ସେଠାରୁ ମାଙ୍କଡା ପଥର ଖୋଳି ବେଆଇନ ଚୋରା ଚାଲାଣ ଅଭିଯୋଗ ହୋଇଥିଲା । ପରେ ଏହାକୁ କାବୁ କରି କରିବା ସହିତ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ବୈରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି ।