
ପାରିବାରିକ କଳହର ଚରମ ସିମା ଖେିବାକୁ ମିଳିଛି କୋରାପୁଟ ଜିଲ୍ଲାର ବିସଂପୁର ଗ୍ରାମରେ । ଉତ୍ୟକ୍ତ ସ୍ୱାମୀ ନିଜର ୭ ବର୍ଷର ପୁଅ ସହିତ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଛି । କରୋନା ସମୟରେ ସରକାରଙ୍କ ପକ୍ଷରୁ ଲକ୍ଡାଉନ ଲାଗୁ କରାଯାଇଛି । ଗଲା ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଡାଉନ ସମୟରେ ପାରିବାରିକ ସମସ୍ୟା ବଢିଚାଲିଛି ।
ସାମାନ୍ୟ ପାରିବାରିକ ଝଗଡା ହୋଇଛି ଦୁଇ ମୃତ୍ୟୁର କାରଣ । ଆଜି ସକାଳେ ପାରିବାରିକ ଝଗଡାରୁ ଉତ୍ୟକ୍ତ ବ୍ୟକ୍ତ ଜଣକ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ୪ ବର୍ଷର ଝିଅକୁ ହତ୍ୟା କରିବାକୁ ଉଦ୍ୟମ କରିବା ସମୟରେ ଗାଁ ଲୋକେ ସେଠାରେ ପହଁଚି କୁନି ଝିଆଟିକୁ ବଞ୍ଚାଇ ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ।