
ଆଜି ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଆଜି ସକଳେ ଅବକାରୀ ବିଭାଗ ରାସୋଳ ଥାନା ଅଞ୍ଚଳରେ ନାଉକୀଆରୀରୁ ଜଣ ଗଞ୍ଜାଇ ଚାଲାଣକାରି ସହିତ ପଚାଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ।
ପୁର୍ବରୁ ଖବର ପାଇ ଅବକାରୀ ବିଭାଗର ଅଧୀକାରୀ ଚାଲାଣକାରି ଗ୍ରାମରେ ପହଁଚି ଘରେ ରଖିଥିବା ଗଞ୍ଜେଇ ସହିତ ତାକୁ କାବୁ କରିଥିଲେ । ଅବକାରି ବିଭାଗର ସହଯୋଗ କରୁଥିବା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଚଢ଼ାଉ ସମୟରେ ତାଙ୍କ ଘରୁ ପଚାଶ କେଜି ଗଞ୍ଜେଇ ଜବତ କରିଥିଲେ । ତେବେ ଏହି ଗଞ୍ଜେଇର ମୁଲ୍ୟ ପାଖାପାଖି ତିନି ଲକ୍ଷ ହେବ ବୋଲି ଅବକାରୀ ବିଭିାଗ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଢେଙ୍କାନାଳରେ ଥିବା ତାର ସହଯୋଗି ଏବଂ ଏହି ଗଞ୍ଜେଇ ର୍ୟକେଟର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।