ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଧାନ ସେବକ ଭାବରେ ମୁଁ ଆପଣଙ୍କର ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛି –

ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଧାନ ସେବକ ଭାବରେ ମୁଁ ଆପଣଙ୍କର ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା ଅନୁଭବ କରୁଛି –

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ମହାମାରୀରେ ଦେଶବାସୀ ସେମାନଙ୍କର ପ୍ରୟଜନଙ୍କୁ ହରାଇବାର ସମାନ ଯନ୍ତ୍ରଣା ଏବଂ କ୍ଷତି ସେ ମଧ୍ୟ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ କିଶାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏହି କରୋନା ଭାଇରସକୁ ଏକ ଅଦୃଶ୍ୟ ଶତୃ କହିଥିବା ବେଳେ ସାମାଜିକ ଦୁରତା ପାଳନ ମାସ୍କ ପରିଧାନ କରିବାକୁ ଲୋକ ମାନଙ୍କୁ କହିଥିଲେ । 

ଦିର୍ଘ ୧୦୦ ବର୍ଷ ପରେ ଏହି ମହାମାରୀ ସମଗ୍ର ବିଶ୍ୱକୁ ପରିକ୍ଷଣ କରୁଥିବା ସେ କହିଛନ୍ତି । ଏହା ଏକ ଅଦୃଶ୍ୟ ଶତୃ ହୋଇ ଆମ ସାମ୍ନାରେ ଛିଡା ହୋଇଛି ଏବଂ ଏହାରି ପାଇଁ ଆମେ ଆମର ଅନେକ ସମ୍ପର୍କିୟଙ୍କୁୁ ହରାଇଛୁ ବୋଲି ସେ କହିଛନ୍ତି । ତେବେ ଏହି ମହାମାରୀ ସମୟରେ ଦେଶବାସୀ ଯେଉଁ ଯନ୍ତ୍ରଣା ସହିଛନ୍ତି, ଅନେକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି, ତୁମର ‘ପ୍ରଧାନ ସେବକ’ ହୋଇଥିବାରୁ ମୁଁ ମଧ୍ୟ ସମାନ ଯନ୍ତ୍ରଣା ଅନୁଭବ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏହା ସହିତ ସେ ପୁନର୍ବାର ଲୋକ ମାନଙ୍କୁ ଟିକାକରଣ ପାଇଁ ଅନୁରୋଧ କରିଥିଲେ । କରୋନା ଟିକା କୋଭିଡରୁ ରକ୍ଷା କରିବା ଲାଗି ଏକ ସର୍ବୋତମ ଉପାୟ ଏବଂ ଟିକା କରଣ ବୃଦ୍ଧୀ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥା ସମ୍ଭ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତନ୍ତି । 

କରୋନା ଭାଇସରୁ ଦେଶର ଲୋକଙ୍କୁ ରକ୍ଷା କରିବା ପାଇଁ କରୋନା ଟିକା ଏକ ଉତ୍ତମ ମାଧ୍ୟମ । ଅଧିକରୁ ଅଧିକ ଦେଶବାସୀଙ୍କୁ ଦ୍ରୁତ ଗତିରେ ଟୀକାକରଣ କରିବାକୁ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ନିରନ୍ତର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ତେବେ ଦେଶରେ ଏ ପର୍ଯ୍ୟନ୍ତ ୧୮ କୋଟି ଲୋକଙ୍କର ଟିକା କରଣ କରାଯାଇଛି । 

ଦେଶର ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ଟୀକାକରଣ କରାଯାଉଛି। ତେଣୁ ଯେତେବେଳେ ବି ଆପଣଙ୍କର ନମ୍ବର ଆସୁଛି ନିଜର ଟିକା କରଣ କରାଇ ନେବାକୁ ସେ ଅପିଲ କରିଛନ୍ତି । ଏହା ଦ୍ୱାରା ଲୋକ ମାନେ କରୋନାଠୁ ସୁରକ୍ଷିତ ହେବେ ଏବଂ ଗୁରୁତର ରୋଗ ହେବାର ଆଶଙ୍କା ଦୁର କରିବ ।

Leave a Reply

Your email address will not be published. Required fields are marked *