ନବୀକରଣ ପରେ ଖୋଲିଲା ସ୍ବର୍ଗଦାର, ରହିଛି ୨୮ଟି ଶବଦାହ ପିଣ୍ଡି-

ନବୀକରଣ ପରେ ଖୋଲିଲା ସ୍ବର୍ଗଦାର, ରହିଛି ୨୮ଟି ଶବଦାହ ପିଣ୍ଡି-

ନବୀକରଣ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ନିର୍ମାଣ ହୋଇଥିବା ସ୍ବର୍ଗଦାର । ଏହାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସ୍ବର୍ଗଦ୍ବାର ଓ ଏହାର ପାରିପାର୍ଶ୍ବିକ ସୌନ୍ଦର‌୍ୟ୍ୟକରଣ । ନୂଆ ସ୍ବର୍ଗଦ୍ବାରରେ ୨୮ଟି ଶବଦାହ ପିଣ୍ଡି ରହିଛି ଯାହାଫଳରେ ଏଠାରେ ଏକକାଳୀନ ୨୮ଟି ଶବଦାହ କରାଯାଇପାରିବ ।

କରୋନା ମହାମାରୀ ସମୟରେ ଦିନକୁ ଦିନ ମୃତ୍ୟୁହାର ବଢୁଥିବା ବେଳେ ଶ୍ମଶାନରେ ଭିଡ଼ ଜମୁଛି ତେବେ ଏହାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା ହୋଇଥିବା କୁହାଯାଉଛି । 

Leave a Reply

Your email address will not be published. Required fields are marked *