
କରୋନା ସଂକ୍ରମଣ ଉପରେ ବ୍ରେକ ଲାଗିଥିବାବେଳେ ରାଜ୍ୟରେ ସଂକ୍ରମଣ ଥମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡାରୁ ୩୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହାରି ଭିତରେ ଆଜି ବେଲପାହାଡ଼ ଗରାଖାଇସ୍ଥିତ ଠକ୍କର ବାବା ସେବା ସଦନ ଅନାଥ ଆଶ୍ରମରେ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ୬ଜଣ ଅନ୍ତେବାସୀ ରହିଥିବା ବେଳେ ୪ ଜଣ କର୍ମଚାରୀ ରହିଛନ୍ତି।
ଏନେଇ ଆଶ୍ରମ ସମ୍ପାଦକ ନିରାକାର କିଷାନ କହିଛନ୍ତି, ୨ ଦିନ ତଳେ କେତେକ ଅନ୍ତେବାସୀଙ୍କୁ ଜ୍ବର ହୋଇଥିଲା। ଫଳରେ ଶନିବାର ୫୦ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା ହୋଇଥିଲା। ଏଥିମଧ୍ୟରୁ ୪୨ଜଣଙ୍କ ଆଣ୍ଟିଜେନ୍ ଓ ୮ ଜଣଙ୍କ ଆରଟିପିସିଆର ପରୀକ୍ଷା କରାଯାଇଥିଲା ।
୪୨ ଜଣ ଆଣ୍ଟିଜେନ୍ ପରୀକ୍ଷା ମଧ୍ୟରୁ ୧୦ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଛି । ୮ଜଣଙ୍କ ଆରଟିପିସିଆର ପରୀକ୍ଷା ରିପୋର୍ଟ ଆସିନାହିଁ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କହିଛନ୍ତି ।