ଭୁଜାଲି ମୁନରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ

ଭୁଜାଲି ମୁନରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ

ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଧିନସ୍ଥ ଦଧିବାମନ ଜୀଉ କଲେଜ ଛକ ନିକଟରେ ଗୋଟିଏ କଳା ଗ୍ଲାମାର ମୋଟର ସାଇକେଲରେ ତିନି ଜଣ ଲୁଟେରା ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି ।

ଏହାସହ କର୍ମଚାରୀଙ୍କ ଉପରେ ଭୁଜାଲି ରେ ଆକ୍ରମଣ କରିଥିଲେ ଯାହା ଫଳରେ କର୍ମଚାରୀ ଜଣକ ଭୟଭିତ ହୋଇ ଟଙ୍କା ବ୍ୟାଗ ଟିକୁ ଲୁଟେରାଙ୍କୁ ଦେଇଥିଲେ । ସାଙ୍ଗେ ସାଙ୍ଗେ କର୍ମଚାରୀ ଜଣଙ୍କ ଭାଟସାହି ଗ୍ରାମର ନିଜ ବ୍ୟାଙ୍କରୁ ଋଣ ନେଇଥିବା କିଛି କଷ୍ଟମର ସହ ଫୋନରେ ଯୋଗାଯୋଗ କରିଥିଲେ ।

ଯାହା ଫଳରେ ଖବର ପାଇ ଭାଟସାହି ଗ୍ରାମର କିଛି ଲୋକମାନେ ଘଟଣା ସ୍ଥଳରେ ପହଁଚିଥିଲେ । ଫାଇନାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ କହିଥିଲେ । ଘଟଣା ସମ୍ପର୍କରେ ଜାଣି ସାରିବା ପରେ ବନ୍ଦନ ଫାଇନାନ୍ସ ବ୍ୟାଙ୍କର ମ୍ୟାନେଜର ସହ ଯୋଗାଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚି ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *