ଆଜି କରୋନାରେ ପ୍ରାଣ ହାରିଲା ମାତ୍ର ୧୮ ଦିନର ନବବଧୂ –

ଆଜି କରୋନାରେ ପ୍ରାଣ ହାରିଲା ମାତ୍ର ୧୮ ଦିନର ନବବଧୂ –

ହାତରୁ ଭଲଭାବରେ ଛାଡିନଥିଲା ମେହେନ୍ଦି ରଙ୍ଗ କିନ୍ତୁ କରୋନା ଛଡାଇନେଲା ଜୀବନର ସବୁ ରଙ୍ଗୀନ ସ୍ୱପ୍ନ । ବାହାଘରକୁ ମାତ୍ର ୧୮ ଦିନ ହୋଇଥିଲା ଆଉ ଆଜି କରୋନାରେ ପ୍ରାଣ ହାରିଲା ନବବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ । 

ଯେଉଁଠି ହସ୍ପିଟାଲରେ ବେଡ୍ ଖଣ୍ଡିଏ ନମିଳିବାରୁ ଆମ୍ବୁଲାନ୍ସରେ ମୃତ୍ୟୁ ସହିତ ସଂଘର୍ଷ କରି ଜୀବନ ଯୁଦ୍ଧରେ ହାରିଗଲେ ସ୍ୱର୍ଣ୍ଣଲତା । ରାଜଧାନୀ ଉପକଣ୍ଠ ବାଲିପାଟଣା ର କୁସିଆର ଗ୍ରାମକୁ ୧୮ ଦିନ ତଳେ ବୋହୂ ହୋଇ ଆସିଥିଲେ ସ୍ୱର୍ଣ୍ଣଲତା ସଂସାର କରିବାକୁ । ମାତ୍ର ବାହାଘର ପରେ ହଠାତ୍ ଥଣ୍ଡା ଜ୍ୱର ହେବାରୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ଆଣିଥିଲେ ଏହାପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଏକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଇବା ପାଇଁ ଡାକ୍ତର ରେଫର କରିଥିଲେ ମାତ୍ର ରାଜଧାନୀ ଟା ଯାକ ବୁଲି ବୁଲି ଆମ୍ବୁଲାନ୍ସରେ ସ୍ୱର୍ଣ୍ଣଲତାଙ୍କ ପରିବାର ଲୋକେ ନୟାନ୍ତ ହୋଇଗଲେ ମାତ୍ର ହସ୍ପିଟାଲ ରେ ବେହ୍ ଖଣ୍ଡିଏ ମିଳିଲାନି ତାଙ୍କୁ ।

ଦୀର୍ଘ ୮ ଘଣ୍ଟା କାଳ ଆମ୍ବୁଲାନ୍ସ ଭିତରେ ମୃତ୍ୟୁ ସହିତ ସଂଗ୍ରାମ କରି କରି ଶେଷରେ ପ୍ରାଣ ହାରିଥିଲେ ସ୍ୱର୍ଣ୍ଣଲତା । ତେବେ ଏଭଳି ଏକ ଛାତିଥରା ଦୃଶ୍ୟ କେଉର୍ ଉପାନ୍ତ ଅଞ୍ଚଳର ହୋଇଥିଲେ ହୁଏତ ଆପଣ ମନକୁ ବୁଝାଇ ପାରିଥାନ୍ତେ । ମାତ୍ର ଖୋଦ୍ ରାଜଧାନୀର ଏ ଦୃଶ୍ୟ ଆଜି ରାଜ୍ୟ ସରକାରଙ୍କ ସବୁ ବାହାବାହାର ପ୍ରକୃତ ସ୍ଥିତି ବର୍ଣ୍ଣନା କରୁଛି । 

ଏଠି ଗୋଟିଏ ହସ୍ପିଟାଲ ବେଡ୍ ପାଇଁ ଲୋକ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି ଆଉ ରାଜ୍ୟ ସରକାର କହୁଛନ୍ତି ଆମ ପାଖରେ ୭୦ ପ୍ରତିଶତ ବେଡ୍ ଖାଲି ରହିଛି । ତେବେ ସେହି ୭୦ ପ୍ରତିଶତ ହସ୍ପିଟାଲ ବେଡ୍ ରୁ ଯଦି ଗୋଟିଏ ବେଡ୍ ସ୍ୱର୍ଣ୍ଣଲତାଙ୍କୁ ମିଳି ପାରିଥାନ୍ତା ହୁଏତ ଆଜି ତାଙ୍କ ଜୀବନ ବଞ୍ଚପାରିଥାନ୍ତା ।

Leave a Reply

Your email address will not be published. Required fields are marked *