
ଲକ୍ଡ଼ାଉନ୍ ରେ ବଢିଚାଲିଛି ଜୁଆ ଖେଳ । ଆଜି ଏକ ଜୁଆ ଆଡ୍ଡାରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ ପୁଲିସ । ଏବଂ ସେମାନଙ୍କ ଠାରୁ ନଗଦ ୯୫୫୪୦ ଟଙ୍କା ସହ ୫ଟି କାର୍, ୮ଟି ମୋବାଇଲ୍ ଓ ତାସ ଜବତ ମଧ୍ୟ ହୋଇଛି।
ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଇକବାଲ ଖାନ, ଅଜୟ ଯାଦଵ, ସନ୍ତୋଷ ସେଠୀ, ମହେଶ ଧଳ, ପ୍ରମୋଦ ସାହୁ ଓ ଦୀପକ ଶଙ୍କରିଆ । ଏମାନଙ୍କର ନାଁରେ ଗୋଟିଏ କେସ୍ ନୁହେଁ ଆଗରୁ ଅନେକ କେସ୍ ଥିବା ପୋଲିସ୍ ଅଧିକାରୀ ସୁଚନା ଦେଇଛନ୍ତି ।
ପ୍ରତିଦିନ ଜୁଆ ଖେଳ ଚାଲିଥିବା ଗତକାଲି ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ ଓ ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ତତ୍ତ୍ଵାବଧାନରେ ଟାଉନ ପୁଲିସର ଏକ ଟିମ୍ ଚଢାଉ କରିଥିଲା। ଯାହାଫଳରେ ସେମାନଙ୍କ ଠାରୁ ୯୫୫୪୦ ଟଙ୍କା ଜବତ ହୋଇଥିଲା । ତେବେ ସମସ୍ତଙ୍କୁ ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।