
ଅଦ୍ୟ ମଇ ମାସ ୧୭ ତାରିଖ ୨୦୨୧ ମସିହା(ସୋମବାର)
ଶକାବ୍ଦ -୧୯୪୩ ,ସମ୍ବତ -୨୦୭୮, ସାଲ-୧୪୨୮
ସମ୍ବତ୍ସର –ଆନନ୍ଦୋ, ବୈଶାଖ ମାସ-ଶୁକ୍ଳପକ୍ଷ
ତିଥି-ପଞ୍ଚମୀ ଦିବା ଘ ୧୧/୨୪ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ
ନକ୍ଷତ୍ର-ପୁନର୍ବସୁ ଦିବା ଘ ୦୧/୫୦ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟ।
ଚନ୍ଦ୍ର- ମିଥୁନ ଦିବା ଘ ୦୭/୨୪ ପର୍ଯ୍ୟନ୍ତ ତଦନ୍ତେ କର୍କଟ
ଯୋଗ-ଗଣ୍ଡ, କରଣ- ବଳବ, ସୌରମାସ-ବୃଷ ୦୩ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୫୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୨୯
ଯୋଗିନୀ ଦକ୍ଷିଣେ ଦିବା ଘ ୧୧/୨୪ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
କନ୍ୟା ରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାର, ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ
କାଳବେଳା -ଦିବା ଘ ୦୬/୫୦ ଗତେ ଘ୦୮/୨୮ ମଧ୍ୟେ
ବାରବେଳା- ଦିବା ଘ ୦୨/୫୫ ଗତେ ଘ୦୪/୩୪ ମଧ୍ୟେ
ବିଶୁଦ୍ଧଅମୃତବେଳ। – ଦିବା ଘ୦୮/୩୦ ଗତେ ଘ୧୦/୦୨ ମଧ୍ୟେ ଓ ରାତ୍ରି ଘ ୦୯/୨୩ ଗତେ ଘ୧୨/୩୪ମଧ୍ୟେ
ବିଶୁଦ୍ଧ ମହେନ୍ଦ୍ର ବେଳ।-ରାତ୍ରି ଘ ୦୪/୩୬ ଗତେ ଘ୦୫/୧୨ମଧ୍ୟେ
ଆଦ୍ୟ ବେଲ ଦିବା ଘ ୧୧/୨୪ ପର୍ଯ୍ୟନ୍ତ ତଦନ୍ତେ ନିମ୍ବ ଭକ୍ଷଣ ନିଷେଧ

🌼🌹꧁ ଆଜିର ରାଶିଫଳ꧂🌹🌼
ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।

ତୁଳା : 👉ଯଦି ଆପଣ କୌଣସି ଆଇନଗତ କେସ୍ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।