ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ କରୋନା ଔଷଧ ‘୨-ଡିଜି’କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିବେ-

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ କରୋନା ଔଷଧ ‘୨-ଡିଜି’କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିବେ-

କରୋନା ଭାଇରସ୍ ସଂକ୍ରମଣ ବିରୋଧରେ ଭାରତ ଲଢ଼େଇ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା (ଡିଆରଡିଓ) ତରଫରୁ ବିକଶିତ କରାଯାଇଥିବା କରୋନା ଔଷଧ ‘୨-ଡିଜି’ର ପ୍ରଥମ ଦଫାକୁ ଶୁଭାରମ୍ଭ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ଔଷଧର ଶୁଭାରମ୍ଭ କରିବେ । ଶୁଭାରମ୍ଭ ପରେ ଆଗାମୀ ଦିନେ ବା ୨ ଦିନରେ ରୋଗୀଙ୍କୁ ଏହି ଔଷଧ ମିଳିବ । ସୂତ୍ର ଅନୁସାରେ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲ୍ୟାବରେ ଏହାର ୧୦ ହଜାର ଡୋଜ୍ ପ୍ରସ୍ତୁତ ହୋଇସାରିଛି । 

ପ୍ରତିରକ୍ଷା ମନ୍ତ୍ରାଳୟ ଚଳିତ ମାସର ଆରମ୍ଭରୁ କହିଥିଲା ଯେ, କୋଭିଡ-୧୯ ମାଧ୍ୟମ ଏବଂ ଗଂମ୍ଭୀର ଲକ୍ଷଣଯୁକ୍ତ ରୋଗୀଙ୍କୁ ଏହି ଔଷଧ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ତରଫରୁ ମଂଜୁରୀ ମିଳିସାରିଛି । ସୂଚନାଯୋଗ୍ୟ କରୋନାର ନୂଆ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବା ଦୃଷ୍ଟିରୁ ଡିସିଜିଆଇ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ଦେଇଥିଲା । ଏବେ ଡିଆରଡିଓର ମୁଖ୍ୟାଳୟରେ ଆଜି ଏକ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ରମନ୍ତ୍ରୀ ଏହି ଔଷଧର ପ୍ରଥମ ଦଫା ଶୁଭାରମ୍ଭ କରିବେ । 

Leave a Reply

Your email address will not be published. Required fields are marked *