ଜୁନ ୧ ଯାଏଁ ବଢିଲା ଲକ୍‌ଡ଼ାଉନ୍

ଜୁନ ୧ ଯାଏଁ ବଢିଲା ଲକ୍‌ଡ଼ାଉନ୍

ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା, ଟିକାକରଣ କେନ୍ଦ୍ର, କୋଭିଡ୍ ଟେଷ୍ଟିଂ ସେଣ୍ଟର ଖୋଲା ରହିବ, ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ କେବଳ ହୋମ୍ ଡେଲିଭରି ଦେବେ,ବିବାହ ଉତ୍ସବରେ ସର୍ବାଧିକ ୨୫ ଜଣ, ଶେଷକୃତ୍ୟ କର୍ମରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ, ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ ।

ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ,ସମସ୍ତ ପ୍ରକାର ମାଲ୍ ପରିବହନ, କୃଷି ଓ ଆନୁସଙ୍ଗିକ କାର‌୍ୟ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବାକଟକଣାମୁକ୍ତ ରହିଛି,କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କାର‌୍ୟ୍ୟଜାରି ରହିବ,ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଖୋଲା ରହିବ,ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ବିତରଣ କରିପାରିବେ,ନିର୍ମାଣ ସାମଗ୍ରୀ ଦୋକାନ, ବହି ଦୋକାନ ଖୋଲା,ଇଲେକ୍ଟ୍ରିସିଆନ, ଏସି-ଫ୍ରିଜ୍‌-କୁଲର ଆଦି ମରାମତି କରୁଥିବା ମିସ୍ତ୍ରୀ

, ପ୍ଲମ୍ବର, ଆଇଟି ଟେକ୍ନିସିଆନ, କାଠ କାରିଗର ନିଜ କାମ କରିପାରିବେ ।ମୋବାଇଲ ମରାମତି ଦୋକାନ, ଗାଡ଼ି ମରାମତିକରୁଥିବା ଗ୍ୟାରେଜ ଖୋଲା ରହିବ । ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ-ବ୍ୟାଙ୍କିଙ୍ଗଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି କାର‌୍ୟ୍ୟ ଜାରି ରଖିବେ,ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ,ପରିମଳ ସେବା, ଟେଲିଫୋନ ଓ ଇଣ୍ଟରନେଟ ଦେବା, ଡିଟିଏସ୍ ସେବା, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ,ଆଇଟି ସଂସ୍ଥାଗୁଡ଼ିକ ୨୫ % କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ,ନିର୍ବାଚନ ପାଇଁ ତାଲିମ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଯାତାୟାତ ଚାଲୁ ରହିବ ।

କ’ଣ ବନ୍ଦ

ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ,ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂସେଣ୍ଟର ଆଦି ବନ୍ଦ,ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍‌,ମାର୍କେଟ କମ୍ପେ୍ଲକ୍ସ, ମଲ୍‌, ଜିମ୍‌, ଥିଏଟର, ବାର୍‌,ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ସର୍ବସାଧାରଣ, ମନୋରଞ୍ଜନ କାର‌୍ୟ୍ୟକ୍ରମ ବନ୍ଦ,ସେଲୁନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିବନି,ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

Leave a Reply

Your email address will not be published. Required fields are marked *