
ରାଜ୍ୟରେ ଆସନ୍ତା ଜୁନ ୧ ପର୍ଯ୍ୟନ୍ତ ଲକଡାଉନ୍କୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ରାଜ୍ୟରେ ଲକ୍ଡାଉନ ଲାଗୁ କରିଥିବା ବେଳେ ଆଜି ପୁଣି ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧୀ କରିଦିଆ ଯାଇଛି । ଏହା ସହିତ ସରକାର ଗତ ଲକ୍ଡାଉନ୍ରେ ବିବାହ କାର୍ଯ୍ୟ ପାଇଁ ସର୍ବାଧୀକ ୫୦ ଜଣଙ୍କୁ ଅନୁମତି ପ୍ରଦାନ କରିଥିବା ବେଳେ ଏବେ ଏହାକୁ ୨୫ ଜଣଙ୍କୁ ଖସାଇ ଦେଇଛନ୍ତି ।
ଏହି ସମୟରେ କୌଣଷୀ ପ୍ରକାର ଭୋଜିଭାତକୁ ସରକାରଙ୍କ ପକ୍ଷରୁ ପୁର୍ବରୁ ବନ୍ଦ କରାଯାଇଥିବା ବେଳେ ଏବେ ଏହାକୁ କଡାକଡି ଭାବରେ ପଳନ କରିବାକୁ କୁହାଯାଇଛି । ଏହା ସହିତ ବ୍ରତଘର ସୁଦ୍ଧୀ କାର୍ଯ୍ୟ ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି ଏବଂ କୌଣଷୀ ପ୍ରକାର ସଭା ସମିତି ଆଦି ଆୟୋଜନ କରିବାକୁ ସରକାର ବାରଣ କରିଛନ୍ତି ।
ଏହା ସହ ରାଜ୍ୟରେ ପୁର୍ବ ପରି ସପ୍ତାହନ୍ତ ସଟଡାଉନ୍ ଲାଗୁି ରହିବ ଏବଂ ଲୋକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ସକାଳ ୭ରୁ ସକାଳ ୧୧ ପର୍ଯ୍ୟନ୍ତ ଚାରି ଘଣ୍ଟା ସମୟ ଦିଆଯାଇଛି ଯାହା ପୁର୍ବରୁ ସକାଳ ୬ ରୁ ଦିନ ୧୨ପର୍ଯ୍ୟନ୍ତ ଥିଲା ।