
ସମ୍ବଲପୁର ଭୀମସାର କୋଭିଡ ୧ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କୁ ନର୍ସ ଭୂଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ସେଠାରେ ଉପସ୍ଥିତ ଶତାଧିକ ଲୋକେ ଭିତରକୁ ଧସେଇ ପଶିଥିଲେ ।
ସୂଚନା ଅନୁଯାୟୀ, ଭୀମସାର ହୃଦରୋଗ ବିଭାଗର କାର୍ଯ୍ୟରତ ଜଣେ ନର୍ସ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସକାଳୁ ତାଙ୍କୁ ରେମଡେସିଭିର ଇଞ୍ଜେକ୍ସନ ଦିଆଯାଇଥିଲା । ପୁଣି ସନ୍ଧ୍ୟାରେ ସେହି ଇଞ୍ଜେକ୍ସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି ।
ଏଭଳି ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ୱେ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ଲାଗି ରହିଥିଲା ।