
ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ପୋଲିସ ଓ ଉଠାଦୋକାନୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି । ପୋଲିସ ସାମାଜିକ ଦୂରତାକୁ ନେଇ ପ୍ରଶ୍ନ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ଉପସ୍ଥିତ ରହିଥିବା ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ମାଡ ମାରିଛି ।
ଲକଡାଉନରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ କରାଯାଉଥିଲା । ଯାଞ୍ଚ ବେଳେ ପୋଲିସର ଦୁର୍ବ୍ୟବହାରକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣା ନେଇ ପାଟିତୁଣ୍ଡ ହୋଇଥିଲା ।
ତେବେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆସିଛି । ସେପଟେ ଦୁର୍ବ୍ୟବହାର କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଉଠା ଦୋକାନୀ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।