ଚିହ୍ନଟ ହେଲେ ୪୩୧ ଆକ୍ରାନ୍ତ, ସକ୍ରିୟଙ୍କ ସଂଖ୍ୟା ୩ହଜାର ଟପିଲା-

ଚିହ୍ନଟ ହେଲେ ୪୩୧ ଆକ୍ରାନ୍ତ, ସକ୍ରିୟଙ୍କ ସଂଖ୍ୟା ୩ହଜାର ଟପିଲା-

ଭଦ୍ରକ,୧୯ା୫: ଭଦ୍ରକ ଜିଲ୍ଲାରୁ ୪୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରୁ ଏଯାବତ୍ ମୋଟ ୧୩ ହଜାର ୪୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଇତି ମଧ୍ୟରେ ଆଉ ୧୦୦ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ଜିଲ୍ଲାର ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୧୦ ହଜାର ୨୮୭ । ଆଉ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୩୧୧୮ଜଣ । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବନ୍ତ ବ୍ଲକରୁ ୭୧ଜଣ, ଭଦ୍ରକ ବ୍ଲକରୁ ୭୯, ବାସୁଦେବପୁରରୁ ୪୩, ତିହିଡି ବ୍ଲକରୁ ୩୯, ଧାମନଗରରୁ ୧୯, ଧାମନଗର ଏନ୍‌ଏସି ୧, ଚାନ୍ଦବାଲିରୁ ୬୦, ଚାନ୍ଦବାଲି ଏନ୍‌ଏସି ୧୦, ଭଣ୍ଡାରିପୋଖରୀରୁ ୧୯, ଭଦ୍ରକ ପୌରପାଳିକାରୁ ୩୭, ବାସୁଦେବପୁର ପୌରପାଳିକାରୁ ୧୬ ଏବଂ ଅନ୍ୟ ଜିଲ୍ଲାରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୮ଜଣ ଜିଲ୍ଲା ବାହାରର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସା ସମୟରେ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *