
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କରାଯାଇଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏଏସପି ମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏନଡିଆରଏଫ, ଓଡ୍ରାଫ୍, ଓଡିଶା ପୋଲିସ, ଓଡିଶା ଅଗ୍ନିଶମ ବିଭାଗ ଉପସ୍ତିତ ଥିଲେ । ଏହା ପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏଡିଏମ, ଏସପି, ଏବଂ ଡିଇଓ ମାନଙ୍କ ସହିତ ବୈଠକରେ ଏ ବିଷୟରେ ଆଲୋଚନା କରାଯାଇଛି । ତେବେ ସ୍ୱନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ ଏ ପର୍ଯ୍ୟନ୍ତ ବାତ୍ୟାର କୌଣଷୀ ସଠିକ ଆକଳନ କରାଯାଇ ନାହିଁ ଆସନ୍ତ ୨୨ ତାରିଖରେ ଏହ ଲଘୁଚାପ ସୃଷ୍ଟି ହେଲେ ଏହାର ଚୁଡାନ୍ତ ରୁପରେଖ ବିଷୟରେ ଜଣା ପଡିବ ବୋଲି କୁହାଯାଇଛି । ତେବେ ଆଗୁଆ ପଦକ୍ଷେପ ସ୍ୱରୁପ ଜିଲ୍ଲାପାଳ ମାନଙ୍କ ସହିତ ବୈଠକ କରାଯାଇଛି ଯୋପରି ସେମାନେ ପୁର୍ବରୁ ବାତ୍ୟା ପାଇଁ ପ୍ରସ୍ତୁତ ରହିବେ ।