
ଝାଡଖଣ୍ଡର ହାଟିଆରୁ ରାଉରକେଲା ଅଭିମୁଖେ ଆସୁଥିବା ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍କୁ ପାସେଞ୍ଜର ଟ୍ରେନ୍କୁ ଭୁଲ ସିଗ୍ନାଲ ଦିଆଯିବାରୁ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ତଳକୁ ଖସିଯାଇଛି ।
ମିଳିଥିବା ସୂଚନାନୁସାରେ, ଏହି ଟ୍ରେନ୍ ବୁଧବାର ରାତି ପ୍ରାୟ ୯ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍ର ଇଞ୍ଜିନ୍ ଓ ବଗି ଅଲଗା ହୋଇଯିବାରୁ ନଦୀକୁ ଖସି ପଡ଼ିଥିବା ବେଳେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ହାଟିଆରୁ ଯାତ୍ରୀମାନଙ୍କୁ ନେଇ ରାଉରକେଲା ଆସୁଥିଲା ପାସେଞ୍ଜର ଟ୍ରେନ୍ । ତେବେ ଝାଡଖଣ୍ଡର କନରୱା ରେଳ ଷ୍ଟେସନ ନିକଟରେ ଟ୍ରେନ୍ ପାଇଲଟଙ୍କୁ ଭୁଲ ସିଗ୍ନାଲ ମିଳିଥିଲା। ଫଳରେ ଟ୍ରେନଟି ଭୁଲ୍ ସିଗ୍ନାଲରେ ଯାଇ ନଦୀଆଡକୁ ମାଡିଯାଇଥିଲା ।
ନଦୀ ଆଡକୁ ଟ୍ରେନ୍ଟି ଯାଉଥିବା ବେଳେ ହଠାତ ଇଞ୍ଜିନ୍ରୁ ବଗିଗୁଡ଼ିକ ଅଲଗା ହୋଇ ଯାଇଥିଲା । ଇଞ୍ଜିନଟି ନଦୀ ଆଡ଼କୁ ମାଡ଼ି ଯାଇଥିବା ବେଳେ ବଗିଗୁଡ଼ିକ ଅଟକି ରହିଥିଲା । କାରଣ ଯେଉଁ ଟ୍ରାକ୍ରେ ଟ୍ରେନ୍ ଯାଉଥିବା ତାହା ଉପର ତଳ ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନ୍ଟି ବର୍ତ୍ତି ଯାଇଛି । ଏହି ଘଟଣାରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।