କରୋନା ମହାମାରୀ ଯୋଗୁଁ ଏସିଆ କପ୍ ଟି-୨୦ ବାତିଲ୍‌-

କରୋନା ମହାମାରୀ ଯୋଗୁଁ ଏସିଆ କପ୍ ଟି-୨୦ ବାତିଲ୍‌-

କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଦେଇଛି । ସଂକ୍ରମଣ ଯୋଗୁଁ ଚିକିତ୍ସା ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ କରାଯାଉଛି । ଆଇପିଏଲ୍‌-୨୦୨୧ ଅଧାରୁ ସ୍ଥଗିତ କରି ଦିଆଯିବା ପରେ ଏବେ ଏସିଆ କପ୍ ଟି-୨୦କୁ ବାତିଲ କରିବାକୁ ପଡ଼ିଛି । ଆସନ୍ତା ଜୁନ ମାସରେ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଖେଳାଯିବାର ଥିଲା । 

ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ପାରିବ ନାହିଁ । ସଂକ୍ରମଣ ବଢୁଥିବାରୁ ଆସନ୍ତା ଜୁନ ମାସରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ସମ୍ଭାବନା ନାହିଁ ବୋଲି ବୁଧବାର କହିଛନ୍ତି ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶଲେ ଡି-ସିଲଭା । 

ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟ ଗତବର୍ଷ ସେପ୍ଟେମ୍ବରରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିଲା । କିନ୍ତୁ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସ ନଥିବାରୁ ଏହା ସେହି ସମୟରେ ସ୍ଥଗିତ କରାଯାଇଥିଲା । ପରେ ପୁଣି ନୂଆ ତାରିଖ ଘୋଷଣା ହୋଇଥିଲା, ଯାହାକି ଆଗାମୀ ଜୁନ୍ ମାସରେ ଆୟୋଜନ ହୋଇଥାନ୍ତା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ମାଲେସିଆ ଅଂଶଗ୍ରହଣ କରିଥାନ୍ତି । 

Leave a Reply

Your email address will not be published. Required fields are marked *