ଏଣିକି ନିଜ ଘରେ କରିପାରିବେ କୋଭିଡ୍ ଟେଷ୍ଟ :‘ହୋମ୍ କୋଭିଡ୍ କିଟ୍‌’ କୁ ଆଇସିଏମଆର ର ଅନୁମତି-

ଏଣିକି ନିଜ ଘରେ କରିପାରିବେ କୋଭିଡ୍ ଟେଷ୍ଟ :‘ହୋମ୍ କୋଭିଡ୍ କିଟ୍‌’ କୁ ଆଇସିଏମଆର ର ଅନୁମତି-

ଏଣିକି କରୋନା ଟେଷ୍ଟ କରାଇବାକୁ ଆଉ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଅପେକ୍ଷା କରିବାକୁ ପଡିବନି । ନିଜ ଘରେ ମାତ୍ର କେଇ ମିନିଟ୍ ରେ ଆପଣ ବି କରିପାରିବେ ନିଜର କରୋନା ଟେଷ୍ଟ । ଏବେ ହୋମ୍ କୋଭିଡ୍ କିଟ୍ କୁ ମିଳିଛି ଆସିଏମଆର ର ଅନୁମତି । 

ଆଜି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ‘କୋଭିସେଲ୍ଫ’ କୁ ଆସିଏମଆର ଦ୍ୱାରା ଅନୁମତି ମିଳିଛି । ପୁଣେର ମିଲାବ ଡିସକଭର ସଲ୍ୟୁସନ୍ ଦ୍ୱାରା ପ୍ରସ୍ତୁତ ଏହି କରୋନା ଟେଷ୍ଟିଂ କିଟ୍ ଦ୍ୱାରା ଘରେ ରହି ଜଣେ ଅତି ସହଜରେ ନିଜର କରୋନା ଟେଷ୍ଟ କରାଇ ପାରିବ । ତେବେ ଏହି କିଟ୍ କୁ କିଭଳି ବ୍ୟବହାର କରାଯିବ ଏବଂ କେଉଁମାନେ ଏହାକୁ ବ୍ୟବହାର କରିପାରିବେ ସେ ସବୁ କୁ ନେଇ ଆଇସିଏମଆର ପକ୍ଷରୁ ଏକ ଗାଇଡ୍ ଲାଇନ୍ ମଧ୍ୟ ଜାରି କରାଯାଇଛି ।

ଲକ୍ଷ୍ୟଣ ଥିବା ବ୍ୟକ୍ତି ମାନେ ଏହି କିଟ୍ କୁ ବ୍ୟବହାର କରିପାରିବେ । ଏହି କିଟ୍‌ରେ ନାସାଲ୍ ସ୍ୱାବ ଦ୍ୱାରା ପଜିଟିଭ୍ କି ନେଗେଟିଭ୍ ଜଣା ପଡିଥାଏ । ଏହି କିଟ୍ କୁ ବ୍ୟବହାର କରିବା ସମରେ ଯନ୍ତ୍ରଣା ହେଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ଆଇସିଏମଆର ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏହି କିଟ୍ ବ୍ୟବହାର କରିବା ପରେ ରିପୋର୍ଟ ପଜିଟିଭ୍ ଆସିଲେ ସାଙ୍ଗ ସଙ୍ଗେ ନିଜକୁ ଆଇସୋଲେଟ୍ କରି ଡାକ୍ତରଙ୍କ ପରାମର୍ଶ ଅନୂଯାଇ ଚିକିତ୍ସା କରାଇବା ପାଇଁ ଆଇସିଏମଆର ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ସ ଜାରି କରାଯାଇଛି ।

ଏହି ଟେଷ୍ଟ କରାଇବାକୁ ମାତ୍ର ୧୦-୧୫ ମିନିଟ୍ ସମୟ ଲାଗୁଥିବା ବେଳେ ଏହି କିଟ୍ କୁ ବ୍ୟବହାର କରିବା ପାଇଁ କିଛି ନିଦ୍ଦିଷ୍ଟ ପଦକ୍ଷପ ଗ୍ରହଣ କରିବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି । ଏହି କିଟ୍ କୁ ବ୍ୟବହାର କରିବା ପୂର୍ବରୁ ‘ମାଇ ଲ୍ୟାବ କୋଭିସେଲ୍ଫ’ ନାମକ ଆପ୍ କୁ ପ୍ଲେଷ୍ଟୋର କିମ୍ବା ଆପଲ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରି ଏଥିରେ ନିଜର କିଛି ଡିଟେଲ୍ସ ଓ କିଟ୍ ର ଫଟୋ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ରହିଛି । ଏହି ଆପ୍ ର ସମସ୍ତ ତଥ୍ୟ ଉପରେ ଆଇସିଏମଆର ନଜର ରଖିବା ସହିତ ପଜିଟିଭ୍ ଆସୁଥିବା ଲୋକମାନଙ୍କୁ ଟ୍ରାକ୍ କରିବା ସହଜ ହେବ ବୋଲି କିଟ୍ ପ୍ରସ୍ତୁତକାରୀ କମ୍ପନୀ ପକ୍ଷରୁ ସୂଚନା ମିଳିଛି ।

ଭାରତର ପ୍ରଥମ ସେଲ୍ଫ କୋଭିଡ୍ ଟେଷ୍ଟିଂ କିଟ୍ ଭାବରେ କୋଭିସେଲ୍ଫ କୁ ଅନୁମତି ମିଳିଛି । ଏବଂ ବର୍ତମାନ ବଜାରରେ ଏହାର ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *