ବ୍ଲାକ୍ ଫଙ୍ଗସକୁ ରାଜ୍ୟରେ ମହାମାରୀ ଘୋଷଣା କଲେ ସରକାର

ବ୍ଲାକ୍ ଫଙ୍ଗସକୁ ରାଜ୍ୟରେ ମହାମାରୀ ଘୋଷଣା କଲେ ସରକାର

ରାଜ୍ୟରେ ବଢୁଥିବା ବ୍ଲକ୍ ଫଙ୍ଗସ୍ ସଂକ୍ରମଣ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଜି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ (ମୁକର୍ମାଇକୋସିସ୍) କୁ ମହାମାରୀ ଘୋଷଣା କରିଛନ୍ତି ।

ଏହି ସଂପର୍କରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି । ଯେଉଁଥିରେ କୁହାଯାଇଛି, “ସାବଧାନତାର ସହିତ ବିଚାର କରିବା ପରେ, ସରକାର ମହାମାରୀ ରୋଗ ଅଧିନିୟମ୧୮୯୭(୧୮୯୭ ର ୩) ର ଧାରା -୨ ଅଧୀନରେ ଏକ ମହାମାରୀ ରୋଗ ଭାବରେ ଅନ୍ତର୍ଭୁକ୍ତ କରାଗଲା । 

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମ୍ୟୁକର୍ମାଇକୋସିସ୍ କିମ୍ବା ବ୍ଲାକ୍ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗ ବୋଲି ଘୋଷଣା କରିବାକୁ ନିବେଦନ କରିଥିଲା।

କେନ୍ଦ୍ର ମନ୍ତ୍ରଣାଳୟ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସୁବିଧା ତଥା ମେଡିକାଲ କଲେଜଗୁଡ଼ିକ ମ୍ୟୁକୋରାଇକୋସିସ୍ ସ୍କ୍ରିନିଂ, ନିରାକରଣ ଏବଂ ପରିଚାଳନା ଉପରେ ଆଇସିଏମ୍ଆର୍ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ୍।

ତେବେ ଏହା ପୁର୍ବରୁ ତେଲେଙ୍ଗାନା ଏବଂ ରାଜସ୍ଥାନ ସରକାର ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ରୋଗ ବୋଲି ଘୋଷଣା କରିସାରିଛନ୍ତି ଯାହାକି କୋଭିଡ-୧୯ ଆରୋଗ୍ୟ ରୋଗୀଙ୍କୁ ଯଥାକ୍ରମେ ବିଶେଷ ଭାବରେ ପ୍ରଭାବିତ କରୁଛି।

Leave a Reply

Your email address will not be published. Required fields are marked *