
ଭଦ୍ରକ ଜିଲ୍ଲାର ମୁଖ୍ୟ ହସପିଟାଲରେ ଥିବା କୋଭିଡ କେୟାର ସେଣ୍ଟରରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଛି । ମେଡିକାଲର ତଳ ଫ୍ଲୋରରେ ଥିବା ଡିଜି ରୁମ୍ ରୁ ନିଆଁ ଲାଗିଛି । ତେବେ ଘଟଣ ସ୍ଥଳରେ ଉପସ୍ଥିତ ଥିବା ଅଗ୍ନିିଶମ ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁ ଅୟତକୁ ଆସିଛି ଏବଂ ଏଥିରେ କାହାର କିଛି ବିଶେଷ କ୍ଷତି ହୋଇ ନାହିଁ ବୋଲି ସୁଚନା ମିଳିଛି ।
ତେବେ କୋଭିଡ ୱାର୍ଡରେ ନିଆଁ ଲାଗିବା ଖବର ପାଇ ଜିଲ୍ଲାପାଳ ଏବଂ ଏସପି ତୁରନ୍ତ ଘଟଣା ସ୍ଥଳରେ ପହଁଚିଥିବା ମଧ୍ୟ ଖବର ଆସିଛି । ଭାରତରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ଲାଗି ଭିନ୍ନଭିନ୍ନ ୱାର୍ଡ ମାନ ପ୍ରତିଷ୍ଠା କରାଯାଉଛି ।ତେବେ ଏଗୁଡିକ ମଧ୍ୟରୁ କେତକ ସ୍ଥାୟୀ ମେଡିକାଲ ହୋଇଥିବା ବେଳେ ଅନେକ ଅସ୍ଥାୟୀ ଭାବରେ ନିର୍ମାଣ କରାଯାଉଛି । ତେବେ ବିଭିନ୍ନ ରାଜ୍ୟରେ କୋଭିଡ ମେଡିକାଲ ଏବଂ କୋଭିଡ କେୟାର ସେଣ୍ଟର ମାନଙ୍କରେ ନିଆଁ ଲାଗି ବିଭିନ୍ନ ଆସବା ସାମଗ୍ରୀ ନଷ୍ଟ ହେଉଥିଲା ବେଳେ ଅନେକ ତାଙ୍କର ଜୀବନ ହରାଉଛନ୍ତି ।
ଭଦ୍ରକ ମେଡିକାଲର କୋଭିଡ ୱାର୍ଡରେ ନିଆଁ ଲାଗିବା ରାଜ୍ୟ ବାସୀଙ୍କୁ ଚିନ୍ତାରେ ପକାଇ ପାରେ । ତେବେ ଭଦ୍ରକ ମେଡିକାଲର କୋଭିଡ କେୟାର ସେଣ୍ଟରରେ କୌଣଷି କ୍ଷୟକ୍ଷତି ଘଟି ନଥିବା ବେଳେ ଏହି ଘଟଣା ପରେ ରାଜ୍ୟ ସରକାର ରାଜ୍ୟରେ ଥିବା ଅନ୍ୟ କୋଭିଡ ମେଡିକାଲ ସହିତ ସମସ୍ତ ମେଡିକାଲର ଅଗ୍ନିନିରାପତା ବିଷୟ ଉପରେ ବିଶେଷ ତର୍ଜମା କରି ପାରନ୍ତି ।