
ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ କଳ୍ପନା କରିନଥିଲେ ଯେ ଗୋଟିଏ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେମାନେଙ୍କୁ କଣ କଣ କରିବାକୁ ପଡିବ। ତେବେ ଖବର ପାଇ ପୋଲିସ ବାହଘର ଚାଲିଥିବା ଠିକଣ ନିକଟରେ ପହଁଚିଥିଲା । ତେବେ ସେଠାରେ ଲକ୍ଡାଉନ୍ ନିୟମର ଉଲଙ୍ଘନ କରାଯାଇଉଥିବା ଦେଖି ପୋଲିସ ଗୋଟିଏ ଗୋଷ୍ଠି ଉପରେ ଚଢାଉ କରି ସେମାନଙ୍କୁ ବେଙ୍ଗ ଡିଆଁ କରାଇଛି ।
କୋଭିଡ ଲକଡାଉନ୍ ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଉମାରୀ ଗାଁରେ ପ୍ରାୟ ୩୦୦ ଲୋକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା, ସେମାନଙ୍କ ମଧ୍ୟରୁ ଅନେକ ପୋଲିସକୁ ଚକ୍କମା ଦେବାରେ ସଫଳ ହୋଇଥିଲେ।
ପୋଲିସ୍ ଦ୍ୱାରା ଧରାଯାଇଥିବା ଲୋକଙ୍କୁ ଏକ ପଡ଼ିଆରେ ବେଙ୍ଗ ଡେଇଁବା ପାଇଁ ବ୍ୟବସ୍ତା କରାଯାଇଥିଲା । ଏକ ଭିଡିଓରେ ପ୍ରାୟ ୧୭ ଜଣ ଲୋକ, ସମସ୍ତ ପୁରୁଷ, ପୋଲିସ୍ ଠିଆ ହୋଇ ଦେଖିବା ପରି ଦଣ୍ଡ ଭଳି କାର୍ୟ୍ୟ କରୁଥିବା ଦେଖାଯାଇଛି । ଜଣେ ସଠିକ୍ ରାସ୍ତାରେ ଡେଇଁ ନ ଥିବାରୁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପିଠିରେ ମାଡ ମାରିବା ବି ଦେଖିବାକୁ ମିଳିଛି ।
ତେବେ ସେମାନଙ୍କୁ ଦଣ୍ଡ ଦେବା ପରେ ଲକଡାଉନ୍ ପ୍ରତିବନ୍ଧକ ମାନି କୌଣଷି ସମାବେଶରେ ଯୋଗ ନଦେବାକୁ ଚେତାବନୀ ଦିଆଯାଇଥିଲା ଏବଂ ପରେ ଏହାକୁ ଛାଡିଦିଆ ଯାଇଥିଲା ।