ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂ (୯୧)କରୋନା ସଂକ୍ରମିତ

ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂ (୯୧)କରୋନା ସଂକ୍ରମିତ

ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂ (୯୧)କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସେ ତାଙ୍କର ଚଣ୍ଡିଗଡ ବାସଭବନରେ ଅଛନ୍ତି । ତେବେ ତାଙ୍କର ସ୍ୱସ୍ଥ୍ୟ ଅବସ୍ଥା ସ୍ଥିର ଥିବା ତାଙ୍କର ପତ୍ନୀ କହିଛନ୍ତି । ଗତ କାଲିଠାରୁ ତାଙ୍କୁ ସାମନ୍ୟ ଜର ଥିବା ସୂଚନା ମିଳିଛି ।

ତାଙ୍କର ପତ୍ନୀ ନିର୍ମଳା କୌରଙ୍କ କହିବା ମୁତାବକ ସେ ଏବେ ସୁସ୍ଥ ଅଛନ୍ତି ଏବେ ତେବେ ତାଙ୍କର ବୟସକୁ (୯୧) ନେଇ ସେ ଚିନ୍ତିତ ଥିବା କହିଛନ୍ତି । ସ୍ଥାନୀୟ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ତାଙ୍କ ଚିକିତ୍ସା କରିବା ପାଇଁ ଅକ୍ସିଜେନ ସୁବିଧା ସହିତ ଜଣେ ଆଟେଣ୍ଡାଟ୍‌ଙ୍କୁ ମଧ୍ୟ ପଠାଇଛନ୍ତି । ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ ବୋଲି ସେ କହିଛନ୍ତି ।

କିମ୍ବଦନ୍ତୀ ଆଥଲେଟଙ୍କ ଝିଅ ମୋନା ମିଲ୍କା ସିଂ ନ୍ୟୁୟର୍କ ସହରର ମେଟ୍ରୋପଲିଟାନ୍ ହସ୍ପିଟାଲ୍ ସେଣ୍ଟରର ଏକ ଜରୁରୀ କାଳିନ ବିଭାଗରେ ଡାକ୍ତର ଅଛନ୍ତି । “ମୋନା ମୋ ଏବଂ ମିଲ୍‌ଖାଙ୍କ ସହିତ କ୍ରମାଗତ ଭାବରେ ଭିଡିଓ କଲ୍ ରେ ସମ୍ପର୍କରେ ରହୁଥିବା ସେ କହିଛନ୍ତି । ସେ ବହୁତ ସାହାଯ୍ୟ ଏବଂ ଆମକୁ ମାର୍ଗଦର୍ଶନ କରୁଛନ୍ତି ।ଏବେ ସେମାନେ ମିଲ୍‌ଖାଙ୍କ ପୁଅ ଜୀଭଙ୍କୁ ଅପେକ୍ଷା କରିଛୁ ବୋଲି ନିର୍ମଳା କହିଛନ୍ତି।

ତେବେ କିଛି ଦିନ ତଳେ ମିଲ୍‌ଖା ସିଂ ଲୋକମାନଙ୍କୁ ଲକ୍‌ଡାଉନ୍ କାଳରେ ଘରେ ରହି କରୋନାକୁ ହରାଇବାକୁ ଅପିଲ କରିଥିଲେ ।

Leave a Reply

Your email address will not be published. Required fields are marked *