ୟୁପି ସରକାରଙ୍କ ବଡ଼ ଘୋଷଣା: ଏଣିକି କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି

ୟୁପି ସରକାରଙ୍କ ବଡ଼ ଘୋଷଣା: ଏଣିକି କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି

ଏବେ ପୁରା ଦେଶରେ କରୋନାର କହର ଜାରି ରହିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ପରିବାରର ରୋଜଗାରକ୍ଷମ ଲୋକଙ୍କୁ ହରାଇ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ପରୋକ୍ଷ ଭାବରେ କରୋନରେ ପ୍ରଭାବିତ ହେଉଛନ୍ତି । ଏଭଳି ସ୍ଥିତି ରେ ଲୋକମାନଙ୍କ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତି ଘୋଷଣା କରାଯାଇଛି । 

ଏଣିକି ୟୁପିରେ କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି । ଉତ୍ତରପ୍ରଦେଶରେ କୋଭିଡ୍ ଡ୍ୟୁଟିରେ ଥିବା କର୍ମଚାରୀ ମାନେ କରୋନାରେ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ଚାକିରି ମିଳିବ ବୋଲି ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଏହା ମଧ୍ୟ କହିଛନ୍ତି ଯେ, ସମ୍ପୃକ୍ତ ପରିବାର ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ ସହାନୁଭୂତି ସହ ସହଯୋଗ କରାଯିବ । ଅନୁଗ୍ରହ ରାଶି, ମୃତକଙ୍କ ପରିଜନଙ୍କୁ ନିଯୁକ୍ତି ସହିତ ଅନ୍ୟ ପ୍ରକ୍ରିୟା ଯଥା ଶିଘ୍ର ସମ୍ପୁର୍ଣ୍ଣ କରାଯାଉ ବୋଲି ଯୋଗୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ପର୍କରେ ଯୋଡି ହୋଇଥିବା ଫାଇଲ୍ ପେଣ୍ଡିଙ୍ଗ ନପକାଇ ଏହାର କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *