ସଂକ୍ରମଣ ବାତ୍ୟା ଆଶ୍ରୟସ୍ଥଳୀରେ ବଢିପାରେ , କଣ୍ଟାମିନେଶନ୍ ରୋକିବାକୁ ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦ୍ଦେଶ-

ସଂକ୍ରମଣ ବାତ୍ୟା ଆଶ୍ରୟସ୍ଥଳୀରେ ବଢିପାରେ , କଣ୍ଟାମିନେଶନ୍ ରୋକିବାକୁ ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦ୍ଦେଶ-

ଆସୁଛି ବାତ୍ୟା ୟଶ୍ । ମହାମାରୀ ଭୟ ଭିତରେ ବାତ୍ୟାର ଭୟ । ବିଶେଷ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବାସୀଙ୍କ ପାଇଁ ଏହି ସ୍ଥିତି ଅତି ଜଟିଳ । ବାତ୍ୟା ସମୟରେ ହଜାର ହଜାର ସମୁଦ୍ର କୂଳିଆ ଲୋକେ ବାତ୍ୟା ଆଶ୍ରୟସ୍ଥଳୀ ଉପରେ ନିର୍ଭର କରନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ କିନ୍ତୁ ବର୍ତମାନ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ରେ ବି ସଂକ୍ରମଣର ଭୟ ରହିଛି । ବାତ୍ୟା ସମୟରେ ଗୋଟିଏ ସ୍ଥାନରେ ଏକାଧିକ ଲୋକେ ଏକଜୁଟ ହେବା ଦ୍ୱାରା ସଂକ୍ରମଣ ବଢିବାର ସମ୍ଭାବନା ରହିଛି । 

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣ ଏଡାଇବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକ ମାନଙ୍କୁ ଅଣାଯିବା ପୂର୍ବରୁ ସେମାନଙ୍କର ରାପିଟ୍ ଆଣ୍ଟିଜେନ୍ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷଣ ଥିବା ଲୋକ ମାନଙ୍କର ଯଦି ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସେ ତେବେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ବାତ୍ୟା ସମୟରେ ବହୁ ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଥିବାରୁ ଏହି ଉତ୍ତର ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ଆଲର୍ଟ ଜାରି କରାଯାଇଛି ଓ ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ।

ଏଥିସହିତ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ପାଖରେ ବାତ୍ୟା ସମୟରେ ରିଲିଫ୍ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କାଯାଇଛି ।

Leave a Reply

Your email address will not be published. Required fields are marked *