ଆଜି ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ବାତ୍ୟା ୟସ୍ ର ମୁକାବିଲା ସମୀକ୍ଷା କରିବେ, ବୈଠକରେ ଯୋଗଦେବେ ବହୁବରିଷ୍ଠ ଅଧିକାରୀ

ଆଜି ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ବାତ୍ୟା ୟସ୍ ର ମୁକାବିଲା ସମୀକ୍ଷା କରିବେ, ବୈଠକରେ ଯୋଗଦେବେ ବହୁବରିଷ୍ଠ ଅଧିକାରୀ

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ସକାଳ ୧୧ଟାରେ ଏହି ଉଚ୍ଚସ୍ତରୀୟ ବୈଠକରେ ଆରମ୍ଭ ହେବ ବୋଲି ଜଣାପଡିଛି ।

ଏହି ବୈଠକରେ ବିଭିନ୍ନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ବି ସାମିଲ ହେବେ ।

ବୈଠକରେ ଟେଲିକମ୍ ସଚିବ, ଶକ୍ତି, ବିମାନ ଚଳାଚଳ, ଭୂବିଜ୍ଞାନୀ ବିଭାଗ ସଚିବଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା ହେବ । ବାତ୍ୟା ୟସ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଉଭୟ ରାଜ୍ୟର ସରକାର ମଧ୍ୟ ପ୍ରସ୍ତୁତି ଜାରି ରଖିଥିବା ଜଣାପଡିଛି ।

ଗତକାଲି ଦୁଇଟି ରାଜ୍ୟ ସହ କ୍ୟାବିଟେନ୍ ସଚିବ ଆଲୋଚନା କରିଥିଲେ । ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିବଙ୍ଗକୁ ବହୁ ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି ।

Leave a Reply

Your email address will not be published. Required fields are marked *