ବାତ୍ୟା  ‘ୟସ’ ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ-

ବାତ୍ୟା ‘ୟସ’ ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ-

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।

ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟସ’ ଉତ୍ତର, ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ଆଇଏମଡି ଦେଇନାହିଁ । ତାହା କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି । ଓଡିଶାର ଦୁଇଟି ଜିଲ୍ଲା ଅର୍ଥାତ୍ ବାଲେଶ୍ୱର ଓ ଭଦ୍ରକ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି ।

ସେଥିଲାଗି ଉକ୍ତ ଦୁଇଟି ଜିଲ୍ଲାକୁ ଏସଆରସିଙ୍କ ତତ୍ତ୍ବାବଧାନରେ ପଦକ୍ଷେପ ନିଆଯିବ। ଏସଆରସି ଉଭୟ ଜିଲ୍ଲାକୁ ଗସ୍ତ କରିଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୪ ସନ୍ଧ୍ୟା ବେଳକୁ ଓଡିଶା ଉପକୂଳରେ ପବନର ବେଗ ରହିବ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ରହିବ । ଯାହା ୨୬ ତାରିଖ ଅପରାହ୍ନ ବେଳକୁ ସର୍ବାଧିକ ୧୧୦ କିମି ବେଗରେ ବହିବ ନେଇ ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *