
ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ। ଏଥିପାଇଁ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ପ୍ରସ୍ତୁତି ଜୋରଦାର କରାଯାଇଛି।
ଭଦ୍ରକ ଧାମରା ସାମୁଦ୍ରିକ ପୋଲିସ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ କରାଯାଉଛି। ଏଥିରେ ଜେ.ଟି ନିର୍ଦ୍ଦେଶକ ମତ୍ସ୍ୟଜୀବୀ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି।
ହ୍ୱିଲର୍ ଦ୍ୱୀପରେ ଘୂର୍ଣ୍ଣିବଳୟ ନିଷେଧାଦେଶ ଜାରି କରାଯାଇଛି। ଏହି ସମୟରେ ଯେପରି କୌଣସି ମତ୍ସ୍ୟଜୀବୀ ରହିନଯାନ୍ତି ସେଥିପାଇଁ ସମୁଦ୍ରରେ ପାଟ୍ରୋଲିଂ ଜୋରଦାର କରାଯାଇଥିବା ଦେଖବାକୁ ମିଳୁଛି।