ରାଜଧାନୀର ପୋଖରୀପୁଟ ଭୟଙ୍କର ଅଗ୍ନିକାଣ୍ଡରେ  ୮ ଦୋକାନ ଜଳିଗଲା –

ରାଜଧାନୀର ପୋଖରୀପୁଟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଦୋକାନ ଜଳିଗଲା –

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୮ ଦୋକାନ । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ପୋଖରୀପୁଟ ଅଞ୍ଚଳ ମଧୂସୁଦନ ପାର୍କ ନିକଟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ ।

ବର୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ୮ ଟି ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତକୁ ନେବା ପାଇଁ ଚେଷ୍ଟା ଚଳାଇଛି ।

ଏପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡରେ କୌଣସି ମୃହାହତ ଓ ଆହାତଙ୍କ ସୂଚନା ନଥିବା ବେଳେ ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *