
ପୁର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଏହା ଆହୁିରୀ ତିବ୍ର ହୋଇ ୨୬ ତାରିଖରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ ବୋଲି ଭାରତୟୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । କାଲି ସୁଦ୍ଧା ବାତ୍ୟାର ରୂପ ନେବା ସହ ୨୫ ତାରିଖରରୁ ପବନର ବେଗ ବଢିବ ଏବଂ ତେବେ ଏହା ଉପକୁଳ ଅତିକ୍ରମ କରିବା ସମୟରେ ୧୫୫-୧୬୫ ପବନର ବେଗ ରହିବ ଏବଂ ସର୍ବାଧିକ ୧୮୫ ବେଗରେ ପବନ ବହିବାର ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ବାଲେଶ୍ୱର ବେଶି ପ୍ରଭାବିତ । ଯାଜପୁର, କଟକ, ମୟୂରଭଞ୍ଜରେ ବି ରହିବ ବାତ୍ୟାର ପ୍ରଭାବ ରହିବ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାସହ ସେ ଏହାମଧ୍ୟ କହିଛନ୍ତି ଯେ ୨୬ ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ବାତ୍ୟାର ପ୍ରକୋପ ଅଧିକ ରହିବ । ୨୪ ତାରିଖ ସନ୍ଧ୍ୟାରୁ ପବନର ବେଗ ୫୦ ରୁ ୬୦ କିମି ରହିବ । ପବନରେ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ ଅନେକ କ୍ଷତି ଘଟାଇବାର ଆଶଙ୍କା ସେ କରିଛନ୍ତି ।