କରୋନା କଟକଣା ସାମାନ୍ୟ କୋହଳ : ବାତ୍ୟା ୟାସ୍ ଲାଗି ଅପରାହ୍ନ ୧ ଯାଏଁ ଆଜି ଓ ଆସନ୍ତାକାଲି ଦୋକାନ ଖୋଲା ରହିବ

କରୋନା କଟକଣା ସାମାନ୍ୟ କୋହଳ : ବାତ୍ୟା ୟାସ୍ ଲାଗି ଅପରାହ୍ନ ୧ ଯାଏଁ ଆଜି ଓ ଆସନ୍ତାକାଲି ଦୋକାନ ଖୋଲା ରହିବ

ବାତ୍ୟା ୟାସ୍ ଲାଗି ସର୍ବସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ ଦୁଇଦିନ ସମାନ୍ୟ କୋହଳ କରାଯାଇଛି । ଆଜି ଓ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଦୋକାନ ଖୋଲା ରହିବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବେଶି ପ୍ରଭାବିତ ଜିଲ୍ଲାଗୁଡିକ ଯେପରିକି ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, କେନ୍ଦୁଝର ଓ ପୁରୀରେ ଏହି କଟକଣାକୁ କୋହଳ କରାଯାଇଛି ।

ଉକ୍ତ ଜିଲ୍ଲାମାନଙ୍କରେ ରାସ୍ତାକଡ ଦୋକାନ, ଗୋଟିକିଆ ଦୋକାନ ଓ ଓମଫେଡ ପାର୍ଲର ଅପରାହ୍ନ ୧ଟା ଯାଏଁ ଖୋଲାରହିବ ବୋଲି କୁହାଯାଇଛି । ବିଶେଷତଃ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷୀର, ପାଉଁରୁଟି, ମାଛ, ଅଣ୍ଡା ଓ ପନିପରିବା ଇତ୍ୟାଦି ନିର୍ଦ୍ଧାରିତ ସମୟ ଅବଧି ପର୍ଯ୍ୟନ୍ତ ମିଳିପାରିବ । 

Leave a Reply

Your email address will not be published. Required fields are marked *