
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ଲାଗି ରାଜ୍ୟସରକାର ପ୍ରଶାସନିକସ୍ତରରେ ଦାୟିତ୍ବ ବଣ୍ଟନ କରିଛନ୍ତି । ପ୍ରଭାବିତ ୫ଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ଲାଗି ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ଶାଶ୍ୱତ ମିଶ୍ର ଦାୟିତ୍ୱ ଦିଆଯାଇଛି । ଭଦ୍ରକ ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବ ଓ ମୟୂରଭଞ୍ଜ ଜିଲ୍ଲା ସୁରେଶ ବଶିଷ୍ଟଙ୍କୁ ଦାୟିତ୍ବ ମିଳିଛି ।
ଉପରୋକ୍ତ ଜିଲ୍ଲାରେ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତିର ମୁକାବିଲା କରିବା ସହ ରିଲିଫ୍ ବଣ୍ଟନ ଉପରେ ମଧ୍ୟ ନଜର ରଖିବେ ।
ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପ-ସାଗର ଦ୍ୱୀପ ମଝିରେ ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏହାର ପ୍ରଭାବ ଉତ୍ତର ଓଡ଼ିଶା ଜିଲ୍ଲାରେ ବେଶୀ ପଡ଼ିବ । ତେଣୁ ସେହି ସବୁ ଜିଲ୍ଲାମାନଙ୍କରେ ସରକାର ଦାୟିତ୍ବ ବଣ୍ଟନ କରିଛନ୍ତି ।