
ସମୁଦ୍ରିକ ବାତ୍ୟା ୟାସ୍ କେନ୍ଦ୍ରାପଡା ଏବଂ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ବିଶ୍ୱର ବିଭିନ୍ନ ପାଣୀପାଗ ସଂସ୍ଥା କହିଛନ୍ତି । ଆମେରିକା, ୟୁରୋପ୍, ଏବଂ ଜାପାନ ଭଳି ଦେଶର ପାଣିପାଗ ସଂସ୍ଥା ସମାନ ପ୍ରକାରର ଅନୁମାନ କରିଛନ୍ତି । ତେବେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହାର ବେଗ ଗଣ୍ଟାପ୍ରତି ୧୫୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି ।
ତେବେ ସ୍ଥଳଭାଗ ଛୁଇଂବାପରେ ଏହାର ଗତି ଆଗାମି ୧୨ ଘଣ୍ଟା ପର୍ଯ୍ୟନ୍ତ ପାରାଦୀପ ମୁହାଁ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ସବୁ ଆନ୍ତର୍ଜାତିୟ ସଂସ୍ଥା ପକ୍ଷରୁ କରାଯାଇଥିବା ପୁର୍ବାନୁମାନରୁ ଏହା ସମ୍ପୁର୍ଣ୍ଣ ଭାବରେ ଓଡିଶା ଉପକୁଳକୁ ଛୁଇଁବାକୁ ଥିବା ବେଳେ ଏହାର ସାମନ୍ୟ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡିବାର ସମ୍ଭାବନା ଅଛି ।
ଗତବର୍ଷ ପରି ଚଳିତ ବର୍ଷ ବାତ୍ୟାର ପ୍ରକୋପ ଓଡିଶାକୁ ଛାଡ କରି ନାହିଁ । ଏହି ବର୍ଷ ଏହା ଓଡିଶାେରେ ବିଭିଷିକା ଘଟେଇବା ଉଦେଶ୍ୟରେ ଅଛି । ତବେ ଏହି ବାତ୍ୟା ୟସ୍ ୨୬ ତାରିଖ (ବୁଧବାର) ସକାଳ ସମୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନା କରାଯାଉଛି । ବାତ୍ୟା ୟସ୍ ପ୍ରଭାବରେ ଆସନ୍ତା କାଲି ୨୫ ତାରିଖରେ ପ୍ରଥମେ ଗଞ୍ଜାମ ଏବଂ ଗଜପତିରେ ବର୍ଷା ସହିତ ୬୦ କିମି ବେଗରେ ପବନ ବହିବାର ଆକଳନ କରାଯାଇଛି ।