
ଓଡ଼ିଶା ମୁହାଁ ୟଶ୍ ଏବେ ଓଡ଼ିଶା ଠାରୁ ।ମତ୍ର କିଛି କିଲୋମିଟର ଦୂରରେ ଅତି ଧିର ଗତିରେ ଓଡ଼ିଶା ଆଡକୁ ମାଡିଆସୁଛି । ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୂଯାଇ ଏବେ ସାମୁଦ୍ରିକ ଝଡ ୟଶ୍ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨-୩ କିମି ବେଗରେ ଗତି କରୁଥବବା ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖରେ ପାରାଦୀପ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କରାଯାଇଛି ।
ଅନ୍ୟପଟେ ବାତ୍ୟାର ଭୀଷଣ ରୂପକୁ ଦେଖି ସମଗ୍ର ଉତ୍ତର ଉପକୂଳ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି । ସମୁଦ୍ର କୂଳିଆ ଲୋକମାନଙ୍କୁ ଏବେ ଠାରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଉଛି ଏବଂ ଆସନ୍ତା କାଲି ଠାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଘରେ ବସବାସ କରୁଥିବା ପରିବାର ମାନଙ୍କୁ ତୁରନ୍ତ କଚ୍ଚା ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ଜିଲ୍ଲା ପ୍ରଶାସନ ମାନଙ୍କୁ ପକ୍ଷରୁ ନିବଦେନ କରାଯାଇଛି।
ବାତ୍ୟା ୟଶ୍ ର ସର୍ବାଧିକ ପ୍ରଭାବ ବାଲେଶ୍ୱର, ଭଦ୍ରକ୍, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଉପରେ ପଡିବାକୁ ଥିବା ବେଳେ ଏହି ସବୁ ଜିଲ୍ଲାରେ ବାତ୍ୟାର ପୂର୍ବ ଓ ପରବର୍ତ୍ତୀ ସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ମାନଙ୍କୁ ସବୁ ସ୍ତରରେ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।