
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ ।
ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।
ମୃତକ ଜଣଙ୍କ ହେଉଛନ୍ତି ଡଙ୍ଗାପାଳ ଗାଁର ସନାତନ ମହାନ୍ତ ଏବଂ ଗୁରୁତର ଭଉଣୀ ହେଉଛନ୍ତି ସୁଜାତା ମାହାନ୍ତ ।
ଜମି ବାଡ଼ିକୁ କେନ୍ଦ୍ର କରି ରବିବାର ରାତିରେ ତପନ ମଦ୍ୟପାନ କରି ଆସି ଡଙ୍ଗାପାଳ ଗାଁରେ ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ଏକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଥିଲେ ।
ଏଥିରେ ଭଉଣୀ ସୁଜାତା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ ତପନ ।
ସନାତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।