୨୦୧୮ରୁ ଭାରତ ଛାଡି ବିଦେଶରେ ରହୁଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଧରାପଡିଲେ ,

୨୦୧୮ରୁ ଭାରତ ଛାଡି ବିଦେଶରେ ରହୁଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଧରାପଡିଲେ ,

ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି। ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବହୁକୋଟି ଟଙ୍କା ଦୁର୍ନୀତିରେ ଅଭିଯୋଗରେ ଭାରତୀୟ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକାଧିକ ମାମଲା ତଦନ୍ତ ପରିସରଭୁକ୍ତ ଥିଲେ ।

ପୋଲିସ ତାଙ୍କୁ ଡୋମିନିକାରୁ ଗିରଫ କରିବା ପରେ ତାଙ୍କୁ ଆଣ୍ଟିଗୁଆ ପୋଲିସକୁ ହସ୍ତାନ୍ତର କରାଯାଇଛି। ଚଳିତ ମାସ ୨୩ ତାରିଖରେ ଚୋକସି ଆଣ୍ଟିଗୁଆରେ ଥିବା ତାଙ୍କ ବାସଭବନରୁ ଏକ ପ୍ରସିଦ୍ଧ ଭୋଜନାଳୟକୁ ଖାଇବାକୁ ଯାଇ ଆଉ ଫେରିନଥିଲେ। ତାଙ୍କ ଗାଡିକୁ ଠାବ କରାଯାଇଥିଲେ ମଧ୍ୟ ଚୋକସିଙ୍କ ସନ୍ଧାନ ମିଳିନଥିଲା।

ପଞ୍ଜାବ ନ୍ୟାସନାଲ ଦୁର୍ନୀତି ଜଣାପଡିବାର ପ୍ରାୟ ଏକମାସ ପୂର୍ବରୁ ୨୦୧୮ ଜାନୁଆରୀରେ ଚୋକ୍ଷି ଭାରତ ଛାଡି ଦ୍ୱୀପଦେଶ ଆଣ୍ଟିଗୁଆକୁ ଚାଲିଯାଇଥିଲେ। ସେ ୨୦୧୭ରେ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲେ।

ଆଣ୍ଟିଗୁଆରୁ ନିଖୋଜ ହେବାର ତିନିଦିନ ପରେ ତାଙ୍କୁ ଡୋମିନିକାରେ ଠାବ କରାଯାଇଥିଲା। ଏହି ପଳାତକ ବ୍ୟବସାୟୀଙ୍କ ବିରୁଦ୍ଧରେ ଜାରି ୟେଲୋ ନୋଟିସ ବଳରେ ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଥିଲା। ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷହେବା ପରେ ତାଙ୍କୁ ଆଣ୍ଟିଗୁଆ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସନାଲ ଦୁର୍ନୀତିରେ ସଂପୃକ୍ତ ମେହୁଲ ଚୋକସିଙ୍କ ପୁତୁରା ନୀରବ ମୋଦି ଲଣ୍ଡନ ଚାଲିଯାଇଥିବାବେଳେ ସେଠାରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି। ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଚାଲିଛି।

Leave a Reply

Your email address will not be published. Required fields are marked *