ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ଓ  ସମିକ୍ଷା-

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ଓ ସମିକ୍ଷା-

ସାମୁଦ୍ରୀକ ବାତ୍ୟା “ୟାସ୍‌” ର ସମିକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳର ଆକାଶ ମାର୍ଗରୁ ଏହାର ସମିକ୍ଷା କରୁଛନ୍ତି । “ୟାସ୍‌’ ର ପ୍ରଭାବରେ ବିଶେଷ ଭାବରେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୁରଭଞ୍ଜରେ ଅଧିକ କ୍ଷତି ଘଟିଥିବା ବେଳେ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଶିମିଳିପାଳରୁ ବାହାରିଥିବା ନଦୀଗୁଡିକରେ ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । 

ତେବେ ଗତକାଲି ସକାଳ ୯ ଟା ସମୟରେ ବାଲେଶ୍ୱରର ବାହାନ ଠାରେ “ୟାସ୍‌” ସ୍ଥଳଭାଗ ଛୁଇଁ ଥିବା ବେଳେ ଏହାର ପ୍ରଭାବରେ ୧୦ ରୁ ୧୨ ଫୁଟର ସମୁଦ୍ର ଢେଉ ଆଶିବା ସହିତ ପ୍ରବଳ ବର୍ଷା ଏବଂ ପବନରେ ବାଲେଶ୍ୱର ଅଞ୍ଚଳରେ ବିଭିନ୍ନ କ୍ଷତି ଘଟାଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରାପଡା , ମୟୁରଭଞ୍ଜ, ବାଲେଶ୍ୱର କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଆଜି ସକାଳ ୮ଟା ସୁଦ୍ଧା କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଆଦି ଅଞ୍ଚଳରେ ପ୍ରବଳ ବର୍ଷ ହୋଇଛି । 

ତେବେ ଏହା ପ୍ରଭାବରେ ବହୁ ତଳିଆ ଆଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହ ସହିତ ଗତ କାଲି ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳର ୧୨୮ ଗ୍ରାମର ଲୋକମାନଙ୍କୁ ଆଗାମିି ୭ ଦିନ ପର୍ଯ୍ୟନ୍ତ ମାଗଣାରେ ରାସନ ସମଗ୍ରୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । 

Leave a Reply

Your email address will not be published. Required fields are marked *