
ବେଆଇନ ଦେଶୀ ମଦ ତିଆରି କରୁଥିବା ମାଫିଆଙ୍କ ଉପରେ ଚଢ଼ାଉ କଲା ଅବକାରୀ ବିଭାଗ । ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ଉପରେ ଚଢାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବେଣୁଧର ମାଝୀ(୪୫) । ଏହି ଜବତ ଘଟଣାର ଖବର ପାଇ ଅବକାରୀ ବିଭାଗ ମଖାପଦର ଓ ଗଣ୍ଡାବାହାଲି ଠାରେ ଅଚାନକ ଚଢ଼ାଉ କରିଥିଲେ ଫଳରେ ଅଢ଼େଇ କୁଇଣ୍ଟାଲ ମହୁଲ ପୋଚ ଏବଂ ମଦ ରନ୍ଧା ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି ।