ଫୁଲୁଛି ବୈତରଣୀ ନଦୀ, ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ଫୁଲୁଛି ବୈତରଣୀ ନଦୀ, ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ୟାସ୍ ଦୁର୍ବଳ ହୋଇଥିଲେ ସୁଦ୍ଧା କେନ୍ଦୁଝରରେ ବନ୍ୟା ପରିସ୍ଥିତି ଉପୁଜିଛି । ତିନିଦିନ ହେଲାଣି ଲଗାତାର ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୩୮.୨୯୦ ମିଟର । ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଆହୁରି ଫୁଲିବ ବୈତରଣୀ । ଫଳରେ ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

କେନ୍ଦୁଝରଠାରୁ ଯଶୀପୁର, ବାରିପଦା, କଲିକତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ବରେ ଯାନବାହାନ ପାଣି ଯୋଗେ ଅଟକି ରହିଛି । ସେପଟେ ପାଟଣା-ଢେଙ୍କିକୋଟ ରାସ୍ତାର ନାଳର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣା-ଢେଙ୍କିକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବାତ୍ୟାର ପ୍ରଭାବ ଦୁର୍ବଳ ହୋଇଥିବାବେଳେ ଅନେ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *