
ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ୱରରେ ପହଁଚି ପ୍ରଥମେ ଏକ ସମୀକ୍ଷା ବୈଠକ କରିବେ ତା’ପରେ ସେ ବାଲେଶ୍ୱର, ଭଦ୍ରକ ଏବଂ ପୁର୍ବ ମେଦିନୀପୁରର ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ କରିବେ। ଏହା ପରେ ସେ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମିକ୍ଷା ବୈଠକରେ ଯୋଗ ଦେବେ ।
ତେବେ ଗତକାଲି ସକାଳ ୯ ଟା ସମୟରେ ବାଲେଶ୍ୱରର ବାହାନ ଠାରେ “ୟାସ୍” ସ୍ଥଳଭାଗ ଛୁଇଁ ଥିବା ବେଳେ ଏହାର ପ୍ରଭାବରେ ୧୦ ରୁ ୧୨ ଫୁଟର ସମୁଦ୍ର ଢେଉ ଆଶିବା ସହିତ ପ୍ରବଳ ବର୍ଷା ଏବଂ ପବନରେ ବାଲେଶ୍ୱର ଅଞ୍ଚଳରେ ବିଭିନ୍ନ କ୍ଷତି ଘଟାଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରାପଡା , ମୟୁରଭଞ୍ଜ, ବାଲେଶ୍ୱର କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଆଜି ସକାଳ ୮ଟା ସୁଦ୍ଧା କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଆଦି ଅଞ୍ଚଳରେ ପ୍ରବଳ ବର୍ଷ ହୋଇଛି । ତେବେ ବାତ୍ୟା ୟାସ୍ର ମୁକାବିଲା କରିବା ଲାଗି ପୁର୍ବରୁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଓଡିଶାକୁ ୬୪୧.୬ କୋଟି ଟଙ୍କା ଆଗୁଆ ପ୍ରଦାନ କରାଯାଇଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ସମିକ୍ଷା ପରେ ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାକେଜ୍ ମିଳିବାର ଆଶା ଅଛି ।ତେବେ ବାତ୍ୟା ୟାସ୍ ଉପକୁଳ ଛୁଇଁବା ପୁର୍ବରୁ ପ୍ରଧାନମନ୍ତ୍ରୀ ନିଜେ ବାତ୍ୟା ପୁର୍ବ ପ୍ରସ୍ତୁତିର ସମିକ୍ଷା ବେଠକ କରି ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସଠିକ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଅଫିସର ମାନଙ୍କୁ ନିର୍ଦେଶ ଦେଇଥିଲେ ।