ଆଇସିଜି ଜଳ ଜାହାଜ ଭାରତର ଆଉ ଏକ ଝଲକ: ଏକ ନୂତନ ସୁରକ୍ଷା ରକ୍ଷୀ ଭାବେ ପହରା ଦେବ-

ଆଇସିଜି ଜଳ ଜାହାଜ ଭାରତର ଆଉ ଏକ ଝଲକ: ଏକ ନୂତନ ସୁରକ୍ଷା ରକ୍ଷୀ ଭାବେ ପହରା ଦେବ-

ଆଜି ମେକ୍ ଇନ୍ ଇଣ୍ଡିଆ ଦ୍ବାରା ଲଞ୍ଚ ହୋଇଥିବା ଆଇସିଜି ଜଳଜାହାଜ ସଜାଗ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ନୂତନ ସୁରକ୍ଷା ରକ୍ଷୀ ଭାବେ ପହରା ଦେବ । ଏପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ। ପାଞ୍ଚଟି ଅଫସୋର ପାଟ୍ରୋଲିଂ ଜାହାଜରେ ଆଇସିଜି ଜାହାଜ ‘ସଜାଗ’ ତୃତୀୟ ଅଟେ।

ଗୋଆ ସିପିୟାର୍ଡ ଲିମିଟେଡ୍ (ଜିଏସ୍ଏଲ୍ ଗୋଆ) ଦ୍ୱାରା ଏହା ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ଉତ୍ପାଦିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅନୁଯାୟୀ ଏକ ଆତ୍ମନିର୍ଭରଶୀଳ ଭାରତର ଏହା ଏକ ଅନ୍ୟତମ ଉଦାହରଣ।

ସୂଚନାଯୋଗ୍ୟ ଯେ ନିକଟରେ ଭାରତୀୟ ତଟରକ୍ଷୀ ବାହିନୀର କର୍ମଚାରୀମାନେ ଜଳଜାହାଜ ସାହାଯ୍ୟରେ ତାଉତେ ଓ ୟାସ୍ ଭଳି ବାତ୍ୟା ଯୋଗୁଁ ସଂପୂର୍ଣ୍ଣ ପ୍ରସ୍ତୁତି ସହିତ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଏଥି ସହିତ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛ ଧରିବାବେଳେ ବୁଡ଼ିଯାଇଥିବା ମତ୍ସ୍ୟଜୀବୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ବାୟୁସେନାକୁ ମଧ୍ୟ ନିରନ୍ତର ମଜବୁତ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ତିନିଟି ରାଫାଲ ଯୁଦ୍ଧ ବିମାନର ଏକ ବ୍ୟାଚ୍ ଗୁରୁବାର ଫ୍ରାନ୍ସରୁ ଉଡ଼ିବା ପରେ ଭାରତରେ ଅବତରଣ କରିଛି। ରାଫେଲ ଯୁଦ୍ଧ ବିମାନର ଏହି ଷଷ୍ଠ ପରିବହନ ଭାରତକୁ ଆସିବା ସହିତ ଭାରତୀୟ ବାୟୁସେନା ସହିତ ରାଫାଲ ବିମାନର ମୋଟ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ, ରାଫେଲ ବିମାନର ପ୍ରତିରକ୍ଷା ଚୁକ୍ତି ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ୫୯ ହଜାର କୋଟି ଟଙ୍କାରେ ସ୍ୱାକ୍ଷରିତ ହୋଇଥିଲା। ସମସ୍ତ ୩୬ ବିମାନ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ପଠାଯିବ। ଏହା ଭାରତୀୟ ବାୟୁସେନାର ଶକ୍ତିରେ ଏକ ବଡ଼ ଉତ୍ସାହ ଯୋଗାଇବ। ଏହି ରାଫେଲ୍ ଡବଲ ଇଞ୍ଜିନ୍ ଯୁଦ୍ଧ ବିମାନ ପରମାଣୁ ଆକ୍ରମଣରେ ସକ୍ଷମ ଅଟେ ।

Leave a Reply

Your email address will not be published. Required fields are marked *