ଘାଟିରେ ଓଲଟିଲା ଆମ୍ବୁଲାନ୍ସ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-

ଘାଟିରେ ଓଲଟିଲା ଆମ୍ବୁଲାନ୍ସ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-

ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଗତକାଲି ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।ଗାଡ଼ିରେ ଥିବା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି। ଠାକୁରମୁଣ୍ଡା ଠାରୁ ୨୦କିମି ଦୂର ଠାକୁରମୁଣ୍ଡା- କପ୍ତିପଦା ରାସ୍ତାର ଶରତ ଘାଟିରେ ଆମ୍ବୁଲାନ୍ସ ଯାଉଥିବା ସମୟରେ ଘଟଣା ଘଟିଛି ।

ବିପରୀତ ଦିଗରୁ ଆସୁଥିବା ଏକ ନଳକୂପ ଖୋଳେଇ ଗାଡିକୁ ଅତିକ୍ରମ କରିବା ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ରେ ଆମ୍ବୁଲାନ୍ସ ଡ୍ରାଇଭରର କୌଣସି କ୍ଷତି ହୋଇନଥିବା ବେଳେ ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *