ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ  ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି ହେଲା-

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି ହେଲା-

ସାରା ଦେଶରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସ୍ଥିତି ଲାଗିଥିବା ବେଳେ ଅନେକ ମହିଳା ଏବଂ ବାଳିକା ଘରୋଇ ହିଂସାର ଶିକାର ହେବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି ।

କୋଭିଡ୍‌ରେ ପିତାମାତା ସଂକ୍ରମିତ ହୋଇ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ସେମାନଙ୍କ ଶିଶୁମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି । ସେମାନେ ନିର୍ଯାତନାର ଶିକାର ହେବାର ଆଶଙ୍କା ରହିଛି ।

୧୦୦/୧୮୧/୧୦୯୮ ସହାୟତା ନମ୍ବରରେ ଯୋଗାଯୋଗ କରି ପୀଡିତା ମହିଳା ଓ ଶିଶୁମାନେ ସାହାଯ୍ୟ ପାଇପାରିବେ ।

ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ୱାଟସ୍‌ଆପ୍ ନମ୍ବର ୭୮୦୫୦୦୬୦୩୯ରେ ବାର୍ତ୍ତା ଦେଇପାରିବେ । ମହିଳା କମିଶନ ସହିତ ଯୋଗାଯୋଗ କରିବା ପାଇଁ ହ୍ୱାଟସ୍‌ଆପ୍ ନମ୍ବର ୮୭୬୩୫୪୩୦୧୩ ଜରି କରାଯାଇଛି ।

Leave a Reply

Your email address will not be published. Required fields are marked *