ପୋଲିସର ନୀରବତାରେ ଅତିଷ୍ଠ ହୋଇ ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ-

ପୋଲିସର ନୀରବତାରେ ଅତିଷ୍ଠ ହୋଇ ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ-

ପୁରୀ ଜିଲ୍ଲାର ଡେଲାଙ୍ଗା ଅଞ୍ଚଳର ଜଣେ ମହିଳା ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁ ଏବଂ ସ୍ୱାମୀ ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ କିନ୍ତୁ ଯେତେବେଳେ ସେ ସେମାନଙ୍କ ବିରୋଧରେ ପୋଲିସ ଷ୍ଟେସନକୁ ଯାଇଥିଲେ ସେତେବେଳେ ତାଙ୍କ ଏଫଆଇଆର ପଞ୍ଜୀକୃତ ହୋଇନଥିଲା ଏବଂ ପୋଲିସର ନୀରବତାରେ ଅତିଷ୍ଠ ହୋଇ ସେ ଆଜି ଏ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ନବୀନ ନିଭାସରେ ନିୟୋଜିତ ସୁରକ୍ଷା କର୍ମୀ ଉକ୍ତ ମହିଳାଙ୍କୁ ଆତ୍ମହତ୍ୟା କରିବା ପୁର୍ବରୁ ଅଟକାଇବାରେ ସଫଳ ହୋଇଥିଲେ। ମହିଳାଙ୍କୁ ଖୁବ ଶୀଘ୍ର ଏୟାରଫିଲ୍ଡ ପୋଲିସ ଷ୍ଟେସନରେ ହସ୍ତାନ୍ତର କରାଯାଇଥିଲା।

ତେବେ ଏହିପରି ଘଟଣା ଓଡିଶାରେ ଏବେ ନିତି ଦିନିଆ ହୋଇଗଲାଣି।  ମହିଳାଙ୍କ ପ୍ରତି ଯୌତୁକ ଏବଂ ନାନା ପ୍ରକାର ଘରୋଇ ହିଂସା  ବଢିବାରେ ଲାଗିଛି। ରାଜ୍ୟରେ ଦୈନିକ ଏପରି ଘଟଣା ଘଟୁଥିବା ବେଳେ ପୋଲିସର ପାରିବା ପଣିଆକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *