ଯୁବକ-ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଛି, ପୋଲିସର ତଦନ୍ତ ଆରମ୍ଭ

ଯୁବକ-ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଛି, ପୋଲିସର ତଦନ୍ତ ଆରମ୍ଭ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ଯୁବକ-ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳଠାରେ ଗଛରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ବେକରେ ଦଉଡି ଦେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉଭୟଙ୍କ ଘର ଦରଖୁଳିରେ ବୋଲି ସୂଚନା ମିଳିଛି । ଘରଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ କେଉଁ ପରିସ୍ଥିତିରେ ମୃତଦେହ ସେଠାରେ ଏଭଳି ଅବସ୍ଥାରେ ମିଳିଲା ସେ ନେଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *